ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ
ଛତ୍ରପୁର,(ଓ୍ବାଇଏନଏସ) : ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି,ବିପର୍ଯ୍ୟୟ ସମୟର ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପର ପ୍ରସ୍ତୁତିକୁ ନେଇ ଆଜି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସାମୁହିକ ଅଭ୍ୟାସ(ମକ୍ ଡ୍ରିଲ) କରାଯାଇଛି । ପ୍ରତ୍ୟେକ ବର୍ଷ ଆଜିକା ଦିନରେ ଏହି ମକ୍ ଡ୍ରିଲ କରାଯାଇଥାଏ । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆମେ କେତେ ପ୍ରସ୍ତୁତ ରହିଛୁ ସେ ସଂକ୍ରାନ୍ତରେ ଏହି ମକ୍ ଡ୍ରିଲର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲା ରେ ଥିବା ୧୧୦ ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳିରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି | ଛତ୍ରପୁର ବ୍ଲକ ଉପୁଲାପୁଟି ବାତ୍ୟା ଆଶ୍ରୟସ୍ଥଳି ଠାରେ ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁଙ୍କ ଅଧକ୍ଷ୍ୟତାରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ବିପର୍ଯ୍ୟୟକୁ କିପରି ମୁକାବିଲା କରାଯିବ ଓ ଧନ ଜୀବନକୁ ସୁରକ୍ଷା କରାଯାଇପାରିବ ସେନେଇ ମକ୍ ଡ୍ରିଲ କରିଥିଲେ । ରୋଷେଇ ଗ୍ୟାସରୁ ଆକସ୍ମିକ ଭାବେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ କରିହେବ ତାହା ଦେଖାଇଥିଲେ । ଉଚ୍ଚ ସ୍ଥାନରେ ଫସିଥିବା ବ୍ୟକ୍ତି ଏବଂ ଦିବ୍ୟାଙ୍ଗ ମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ତାହା ମଧ୍ୟ ଦେଖାଇଥିଲେ । ବିଶେଷକରି ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରେ ଉପସ୍ଥିତ ଜନସାଧାରଣ ମାନଙ୍କୁ କୈାଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ କିପରି ପରିଚାଳନା କରାଯାଇପାରିବ ସେନେଇ ଉପସ୍ଥିତ ଲୋକମାନଙ୍କୁ ଜିଲା ପ୍ରଶାସନ ଅଧିକାରୀ ମାନେ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ୍ୟରେ କାଳିପଲ୍ଲୀ ସରପଞ୍ଚ ପ୍ରତିନିଧି ବି. ଚନ୍ଦ୍ରମଣି ପାତ୍ର, ପଦ୍ମ ଚରଣ ସାହୁ, ଗ୍ରାମ ସଭାପତି ଆର. ସୀମାଦ୍ରୀ ରେଡି, ଏନଜିଓ ଅଜିତ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଥ ସେଠୀ, ଅଗ୍ନିଶ୍ରମ କର୍ମଚାରୀ ପ୍ରଭାକର ଜେନା, ୱାର୍ଡ ମେମ୍ବର ମୁନି ସେଠୀ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ |