କେନ୍ଦୁଝରରେ ବିପର୍ଯ୍ୟୟ ପ୍ରଶମନ ତାଲିମ କାର୍ଯ୍ୟକ୍ରମ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓସଡ଼ମା ସହଯୋଗ ରେ କେନ୍ଦୁଝର ଆପତକାଳୀନ ବିଭାଗ ଆନୁକୂଲ୍ୟରେ ଜିଲା ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଦୁଇଦିନିଆ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର ଆୟୋଜିତ ହୋଇଛି।ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପିଇଓ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ବିପର୍ଯ୍ୟୟ ସମୟରେ ଶୂନ୍ୟ ସହନଶୀଳତା, ଶୂନ୍ୟ ଜୀବନହାନି ନୀତି ଅନୁଯାୟୀ କାର୍ଯ୍ୟ କରିବାକୁ ହେଲେ ସ୍ୱତନ୍ତ୍ର ତାଲିମ ନେଇ କ୍ଷେତ୍ରରେ ଏହାର ସୁବିନିଯୋଗ କରିବାକୁ ପଡିବ, ଏହା ଦ୍ୱାରା ବିପର୍ଯୟ ଯୋଗୁଁ ଅନେକ ଧନଜୀବନ ରକ୍ଷା କରାଯାଇପାରିବ। ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ଜେନା କହିଲେ ଯେ ଏହି ତାଲିମ ଦ୍ୱାରା ଅନେକ ଅନାଲୋଚିତ ଜ୍ଞାନ ଆହରଣ କରାଯାଇ କ୍ଷେତ୍ର ସ୍ତରରେ ଲୋକଙ୍କ ହିତରେ ଉପଯୋଗ କରାଯାଇପାରିବ।ଜିଲା ରେଡ଼କ୍ରସ ଯୁଗ୍ମସମ୍ପାଦକ ତଥା ଜାତୀୟସ୍ତରୀୟ ମାଷ୍ଟର ତାଲିମ ଦାତା ଶ୍ରୀ ଏ ଆର ଖାନ ସ୍ୱାଗତ ସମ୍ଭାଷଣ ପ୍ରଦାନକରି ଆଜିର ତାଲିମ ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।ଜିଲା ପ୍ରକଳ୍ପ ଅଧିକାରୀ ଇଜାଜ ଇକବାଲ ସମସ୍ତ ପିଇଓଙ୍କୁ ସ୍ୱାଗତ କରି ବିପର୍ଯ୍ୟୟ ସମ୍ପର୍କ ରେ ବିସ୍ତୃତ ବ୍ୟାଖ୍ୟା କରିବା ସହିତ ଏହାକୁ କିପରି କାର୍ଯ୍ୟ ରେ ଲଗାଯାଇପାରିବ ତଥ୍ୟ ପ୍ରଦାନ କରିଥିଲେ। ଏହି ଦୁଇ ଦିନିଆ ତାଲିମ ଶିବିର ରେ ୫୭ଜଣ ପିଇଓ ଙ୍କୁ ମାଷ୍ଟର ଟ୍ରେନର ରଞ୍ଜନ ପଟ୍ଟନାୟକ, କେଦାରନାଥ ଆରୁକ, ଡକ୍ଟର ମହାରଣା, ଓ ବିଭିନ୍ନ ବିଭାଗୀୟ ଅଧିକାରୀ ତାଲିମ ପ୍ରଦାନ କରିଥିଲେ।ଝସକେତନ ମହାନ୍ତ, ସେକ ମହମ୍ମଦ ସହନାୱାଜ, ସନ୍ଦୀପ ପଟ୍ଟନାୟକ, ମାନସ ସେଠୀ, ସସ୍ମିତାରାଣୀ ଧର ପ୍ରମୁଖ ଶିବିର ପରିଚାଳନା କରିଥିଲେ।