ଜାହେରଗାଲ ପୂଜା ସ୍ଥଳୀରୁ ଦେବାଦେବୀଙ୍କ ମୂର୍ତ୍ତୀ ଗାଏବ ଘଟଣାକୁ ନେଇ ତେଜୁଛି ଅସନ୍ତୋଷ: ସିବିଆଇ ତଦନ୍ତ ଦାବି

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପୁରୁଣା ପାଣି, ମଧୁବନ, ଟିଲଗଡିଆ ଆଦି ଗ୍ରାମରୁ ସାନ୍ତାଳୀ ସମ୍ପ୍ରଦାୟର ଜାହେରଗାଲଙ୍କ ପୂଜା ସ୍ଥଳୀରୁ ଦେବାଦେବୀଙ୍କ ମୂର୍ତ୍ତୀ ଗାଏବ କରି ହନୁମାନଙ୍କ ଫଟୋ ରଖିବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ  ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ପୁଲିସ ଅଭିଯୁକ୍ତ ମାନଙ୍କୁ ଠାବ କରିବାରେ ବିଫଳ ହୋଇଥିବାରୁ ଗ୍ରାମବାସୀ ମାନେ ଏହାର ସିବିଆଇ ତଦନ୍ତ ଦାବିକରି ଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ଗତ ୧୬ ତାରିଖ ରାତିରେ କେହି ଦୁର୍ବୁତ ପୁରୁଣାପାଣିରେ ଥିବା ଜାହେରଗାଲଙ୍କ ପୂଜା ସ୍ଥଳୀରୁ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ପୂଜା ପାଉଥିବା ଦେବାଦେବୀଙ୍କ ମୂର୍ତ୍ତୀ ଚୋରିକରି ନେଇ ସେଠାରେ ହନୁମାନଙ୍କ ଫଟୋ ରଖି  ସାନ୍ତାଳୀ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ବିଶ୍ୱାସ ଓ ସାଂସ୍କୃତିକ ଭାବନାକୁ ଭାବନାକୁ ଆଘାତ ଦେଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ସାନ୍ତାଳୀ ସମ୍ପ୍ରଦାୟର ଲୋକ ମାନେ ଏକଜୁଟ ହୋଇ ବୈଠକ କରିବା ପରେ ସୋସୋ ଥାନାରେ ଅଭିଯୋଗ କରିଥିଲେ।  ସୋସୋ ପୋଲିସ ଘଟଣାର ତଦନ୍ତ କରିଥିଲେ ବି ଅଭିଯୁକ୍ତଙ୍କୁ ଠାବ କରିପାରିନି। ଖାଲି ଗୋଟିଏ ସ୍ଥାନରୁ ନୁହେଁ ତିନୋଟି ଗ୍ରାମରୁ ଏପରି କରି ସମାଜରେ ଜାତିଗତ ବିଦ୍ବେଷ ସୃଷ୍ଟି କରି ଶାନ୍ତିପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବାର ଏକ ସୁଚିନ୍ତିତ ଓ ହୀନ ପ୍ରୟାସ କରାଯାଇଛି। ଏଥିରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟକରୁଥିବା କିଛି ସଂଗଠନ ଏପରି କରିଥିବା ଲୋକମାନେ ସନ୍ଦେହ କରୁଛନ୍ତି। ଏହାକୁ ନେଇ ଆଜି ତିନୋଟି ଜିଲ୍ଲାର ସାନ୍ତାଳୀ ସମ୍ପ୍ରଦାୟର ନେତୃ ସ୍ଥାନୀୟ ଲୋକମାନେ ପୁରୁଣାପାଣି ଠାରେ ଏକଜୁଟ ହୋଇ ‘ଜାହେରଗାଲ ସୁରକ୍ଷା’ ଓ ଶାନ୍ତି ବୈଠକ କରିଛନ୍ତି। ଆମ ଧର୍ମ ଆମ ଗର୍ବ ଉପରେ ଆଲୋଚନା କରିବା ସହିତ ଜାତିଗତ ବିଦ୍ବେଷ ସୃଷ୍ଟି କରି ଏ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବାର ଏକ ସୁଚିନ୍ତିତ ଓ ହୀନ ପ୍ରୟାସ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଯଦି ପୋଲିସ ଅଭିଯୁକ୍ତ ମାନଙ୍କୁ ଧରି ପାରୁନି ତେବେ ସିବିଆଇ ତଦନ୍ତ ଦାବି କରାଯାଉ ବୋଲି ଦାବି କରାଯାଇଛି। ଯଦି କୌଣସି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ସାନ୍ତାଳୀ ସମ୍ପ୍ରଦାୟ ର ଲୋକମାନେ ବାଧ୍ୟହୋଇ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏହି ବୈଠକରେ ଧର୍ମାନନ୍ଦ ମାଝୀ, ସବାନ ମୁର୍ମୁ, ସୁନ୍ଦର ହାଁସଦା , ବିକ୍ରମ ହାଁସଦା, ଶ୍ରୀରାମ ମାରାଣ୍ଡି, ନିମୁ ଟୁଡୁ, ରଥିଆ ମାରାଣ୍ଡି, ପୂର୍ଣଚନ୍ଦ୍ର ସୋରେନ, ଘାସିରାମ ହେମ୍ରମ, ଗୋଲକ ମୁର୍ମୁ, ସୂର୍ଯ୍ୟକାନ୍ତ ମୁର୍ମୁ, ହୃଷିକେଶ ମୁର୍ମୁ, ଲକ୍ଷ୍ମଣ କିସ୍କୋ, କାପୁରା ମୁର୍ମୁ, ଜାନକୀ ବେଶ୍ରା, ସୀତା ମୁର୍ମୁ, ବିନିତା ମାଝୀ, ଗୋଲାପ ମାଝୀ, ନନ୍ଦିନୀ ସୋରେନ, ସାରଥୀ ହେମ୍ରମ ଙ୍କ ସମେତ ପାଞ୍ଚଶହରୁ ଉର୍ଦ୍ଧ ଲୋକ ସାମିଲ ହୋଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ