ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ: ଶିକ୍ଷା ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ହାଟଡ଼ିହି ( ପାର୍ଥ ସୌରଭ ସା) : ହାଟଡ଼ିହି ବ୍ଲକ ଅଧୀନସ୍ଥ ଗେଡ଼ମା  ପଞ୍ଚାୟତସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗେଡ଼ମାରେ ଶ୍ରେଣୀଗୃହ ସମେତ ଶିକ୍ଷକ ଅଭାବ ସମସ୍ୟା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏହି  ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଭମାନ ୬୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଠାରେ ଉନ୍ନ‌ତ ମାନର ଶିକ୍ଷାଦାନ ଯୋଗୁଁ ବିଗତ ଦିନରେ  ବହୁ ଛାତ୍ରଛାତ୍ରୀ ବୃତ୍ତି ପାଇଛନ୍ତି। ବିଦ୍ୟାଳୟର ଅଭିଭାବକମାନେ ମୁଖ୍ୟତଃ ଏହି ଶିକ୍ଷାଦାନ ବ୍ୟବସ୍ଥା ଉପରେ ଭରସା କରି ପିଲାଙ୍କୁ ଏହି ସ୍କୁଲକୁ ଛାଡ଼ିଥାନ୍ତି ।  ବିଦ୍ୟାଳୟ ଆରମ୍ଭ ହେବାଠାରୁ ଆଜିଯାଏଁ ମାତ୍ର ୨ଟି ଶ୍ରେଣୀଗୃହ ଥିବାରୁ ଶିଶୁବାଟିକାଠାରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ଶ୍ରେଣୀଗୃହ ଏବଂ ଚତୁର୍ଥ ଠାରୁ ପଞ୍ଚମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଶ୍ରେଣୀଗୃହରେ ବସାଇ ପାଠପଢ଼ା ଚାଲୁଛି। ଗୋଟିଏ କୋଠରୀରେ ତିନୋଟି ଶ୍ରେଣୀର ପିଲା ବସୁଥିବାରୁ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସ୍ତରରେ ବାଧା ସୃଷ୍ଟି ହେଉଛି ବୋଲି ଅଭିଭାବକଙ୍କ ମହଲରେ ଅଭିଯୋଗ ହୋଇଛି। ଗତ ୬ମାସ ହେବ ଶିକ୍ଷ ଶିକ୍ଷକ ଅଭାବ ସମସ୍ୟା ରହିଛି। ପୂର୍ବରୁ ଏହି ସ୍କୁଲରେ ୪ ଜଣ ଶିକ୍ଷକ ଥିଲେ I ଜଣେ ଶିକ୍ଷକ ମଠ ସ୍କୁଲକୁ ଡେପୁଟିସନରେ ଓ ଅନ୍ୟଜଣେ ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି। ବର୍ତ୍ତମାନ ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ଥ‌ିବାରୁ ଶିକ୍ଷାଦାନ ଠିକ୍ ଭାବରେ ହୋଇ ପାରୁନି। ପ୍ରଧାନ ଶିକ୍ଷକ ଅଫିସ ସମେତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଭଳି ସରକାରୀ କାର୍ଯ୍ଯ କରୁଥିବା ବେଳେ ଜଣେ ଶିକ୍ଷକରେ ଶିକ୍ଷାଦାନ କିପରି ଚାଲିବ ତାକୁ ନେଇ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି। ଶିକ୍ଷକ ନିଯୁକ୍ତି ଉପରେ ଗ୍ରାମବାସୀ ବାରମ୍ବାର ହାଟଡ଼ିହି ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ ସୁଦ୍ଧା ଫଳପ୍ରଦ ହୋଇନାହିଁ। ସ୍କୁଲ କମିଟି ଏବଂ ଅଭିଭାବକମାନେ ଆଜି ଧାରଣା ଦେବାକୁ ଚେତାବନୀ ଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ବିଦ୍ୟାଳୟରେ ପହଞ୍ଚି ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକଙ୍କ ସହିତ ଆଲୋଚନା କରି ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେବାପରେ ପ୍ରସ୍ତାବିତ ଧାରଣାକୁ ସ୍ଥଗିତ ରଖା ଯାଇଥିବା ସରପଞ୍ଚ ପ୍ରତିନିଧୂ ସୁରେନ୍ଦ୍ର କାଣ୍ଡି , ସ୍କୁଲ କମିଟିର ସଦସ୍ୟ ତପନ ବାରିକ, ଇତିଶ୍ରୀ ଦାସ, ନିର୍ମଳ ବାରିକ ପ୍ରମୁଖ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ