କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ସମ୍ମିଳନୀ କକ୍ଷରେ ରବିବାର ମଧ୍ୟାହ୍ନ ରେ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ସଭାପତି ତଥା ଆଇନଜୀବି ଅଶେଷ ନାଥ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ୨୩ ତାରିଖ ମାଘ ମାସ ଶୁକ୍ଳପକ୍ଷ ଶ୍ରୀ ପଞ୍ଚମୀ ତିଥିରେ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ କବିସୂର୍ଯ୍ୟ ଙ୍କ ଜୟନ୍ତୀ ମହୋତ୍ସବ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା । ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ ର କବିସୂର୍ଯ୍ୟ ଙ୍କ ଜନ୍ମପୀଠ ବିଜୟନଗରଗଡ଼ ଗ୍ରାମରୁ କବିସୂର୍ଯ୍ୟ ଙ୍କ ଜ୍ୟୋତି ବିଭିନ୍ନ ଗ୍ରାମାଞ୍ଚଳ ଓ ଦିଗପହଣ୍ଡି ସହର ପରିକ୍ରମା କରିବା ପରେ ମହୋତ୍ସବ ସ୍ଥଳରେ ପହଞ୍ଚିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।ସନ୍ଧ୍ୟାରେ ସଭା ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସଭାରେ ପରିଷଦର ସମ୍ପାଦକ ତଥା ଆଇନଜୀବି କୁରେଶୁ ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଗତବର୍ଷ ର କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଚଳିତବର୍ଷ ମହୋତ୍ସବ ନିମନ୍ତେ ଅତିଥି ନିମନ୍ତ୍ରଣ ଏବଂ ଆବଶ୍ୟକ ବ୍ୟୟବରାଦ ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା,କାଉନସିଲର ଦୀପକ କୁମାର ମିଶ୍ର,ଗବେଷକ ଡ଼. ଅନନ୍ତ ରାମ କର, ଆଲୋକ କୁମାର ବିଷୋୟୀ, ଗୋପାଳକୃଷ୍ଣ ମଲ୍ଲିକ, ସରକାରୀ ଓକିଲ ମନୋରଞ୍ଜନ ପଣ୍ଡା,ଆଇନଜୀବି ହରପ୍ରସାଦ ରଥ, ପରିଷଦ ର ଉପସଭାପତି ତଥା ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ଯୁଗ୍ମ ସମ୍ପାଦକ ଚିତ୍ରସେନ ଗୌଡ଼,କୋଷାଧ୍ୟକ୍ଷ ତଥା ଶିକ୍ଷକ ସନ୍ତୋଷ କୁମାର ସେଠୀ, ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ମେକାପ,ଶିକ୍ଷକ କାଳୁ ଚରଣ ପାଣିଗ୍ରାହୀ,ନରସିଂହ ପଣ୍ଡା,ଉଜ୍ଜଳ କୁମାର ମହାନ୍ତି,ଶରତ କୁମାର ଶବର ପ୍ରମୁଖ ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


