ଯୋଗାଣ ସହାୟକ ସଂଘ ପକ୍ଷରୁ ଆଲୋଚନା ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ରେ ଗଞ୍ଜାମ ଜିଲ୍ଲା ଯୋଗାଣ ସହାୟକ ସଂଘ ପକ୍ଷରୁ   ଆଲୋଚନା ସଭା  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ରାଘବ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଜିଲ୍ଲା ର ବିଭିନ୍ନ ବ୍ଲକରେ ୪ ଶହ ରୁ ଯୋଗାଣ ସହାୟକ ୨୦୧୬ ମସିହାରୁ ନିଜ ନିଜ ପଞ୍ଚାୟତର ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହି କାମ କରି ଆସୁଛନ୍ତି । ରାଜ୍ୟ ସରକାର ଯୋଗାଣ ସହାୟକ ଙ୍କ ଚାକିରି ସର୍ତ୍ତାବଳୀ ଲାଗୁ କରିବା ସହ ସେମାନଙ୍କୁ ନିୟମିତ କରାଯିବା ନିମନ୍ତେ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସ୍ୱଳ୍ପ ବେତନରେ ପରିବାର ପରି ପୋଷଣ ଅତ୍ୟନ୍ତ କଷ୍ଟକର ହୋଇ ପଡୁଥିବା ରୁ ମାସିକ ପାରିତୋଷିକ ବୃଦ୍ଧି କରାଯିବା ନେଇ ସଭାରେ ଆଲୋଚନା କରାଯାଇଥିଲା।  ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବା ନିମନ୍ତେ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ସଭାରେ ସଂଘ ଉପସଭାପତି ମାନସ ପଣ୍ଡା , ସମ୍ପାଦକ ସୁମନ ବାବୁ ରାଓ , ଉପଦେଷ୍ଟା ରାମକ୍ରିଷ୍ଣା ବସ୍ତିଆ , ଭଗବାନ ଗୈାଡ , ନିଳାଞ୍ଚଳ ପଣ୍ଡା , ରାମକୃଷ୍ଣ ପାତ୍ର , ପଞ୍ଚାନନ ବେହେରା , ସନ୍ତୋଷ ବେହେରା ଙ୍କ ସମେତ  ସଂଘ ର ବହୁ ସଂଖ୍ୟକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ