ଚାଷୀ ପଞ୍ଜୀକରଣ ପାଇଁ ଆଲୋଚନା ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଚଳିତ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ସମସ୍ୟା ନେଇ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତି ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଏନଏସି ନଗରପାଳ ପ୍ରଫୁଲ ପଣ୍ଡା ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ଥିଲେ ।  କୈାଣସି ମୃତକଙ୍କ ନାମରେ ଯଦି ଚାଷ ଜମିପଟ୍ଟା ରହିଥାଏ ତେବେ ସ୍ଥାନୀୟ ରାଜସ୍ବ ନୀରିକ୍ଷକଙ୍କ ସହମତି ପତ୍ର କ୍ରମେ କିପରି ସେହି ଜମିକୁ ପରିବାରର ଅନ୍ଯ ସଦସ୍ୟଙ୍କ ନାମରେ ପଞ୍ଜିକରଣ କରିପାରିବେ। ସେହିଭଳି ଠାକୁର ଙ୍କ ନାଁ ରେ ଥିବା ଚାଷ ଜମି ପଟ୍ଟାରେ ଉଲ୍ଲେଖ ଥିବା ମାର୍ଫତଦାର ହିଁ ଉକ୍ତ ଜମିକୁ ସମବାୟ ସମିତିରେ ପଞ୍ଜିକରଣ କରିପାରିବେ।  ଦିଗପହଣ୍ଡିରେ ବହୁ ଚାଷୀ ଠାକୁରଙ୍କ ନାଁ ରେ ଥିବା  ଜମିରେ ଭାଗ ଚାଷ କରି ପରିବାର ଭରଣପୋଷଣ କରି ଆସୁଛନ୍ତି । ତେଣୁ ସରକାରୀ ସ୍ତରରେ ଏହାକୁ ବିଚାର କରି ଠାକୁର ଙ୍କ ଜମି ରେ ଭାଗ ଚାଷ କରୁଥିବା ସମସ୍ତ ଚାଷୀ ଙ୍କ ଉତ୍ପାଦିତ ଧାନ କୁ ମଣ୍ଡି ଜରିଆରେ କ୍ରୟ କରାଯିବା ପାଇଁ  ଆଗାମୀ ଦିନରେ ତହସିଲଦାର କାର୍ଯ୍ୟାଳୟରେ ଦିଗପହଣ୍ଡି ଚାଷୀ ସଂଗଠନ ତରଫରୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଏହି ଆଲୋଚନା ସଭାରେ ସମବାୟ ସମିତି ସମ୍ପାଦକ ସୁରେଶ କୁମାର ନନ୍ଦ, ଅଗ୍ରଣୀ ଚାଷୀ ଗୌରଚନ୍ଦ୍ର ପୂଜାରୀ , ଅରୁଣ ସାହୁ , ରାମଚନ୍ଦ୍ର ପୂଜାରୀ , ଲବ ମହାନ୍ତି , କିଶୋର ଚନ୍ଦ୍ର ଜେନା , ଏମ୍. ବାଇନାଥ , ଏନ୍. ତ୍ରିନାଥ ,ଏମ. ରାମଚନ୍ଦ୍ର, ହରିକୃଷ୍ଣ ପଣ୍ଡା , ସୁରେଶ କୁମାର ପାତ୍ର , ବାଲ୍ମୀକି ବେହେରା,ପି.ପଙ୍ଗୁ,ଅର୍ଦ୍ଦୁ. ହରି ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ