ଦିବ୍ୟାଙ୍ଗଙ୍କୁ ଥଇଥାନ ନେଇ ଆଲୋଚନା ସଭା

ଦିଗପହଣ୍ଡି(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ପରିସରରେ ଗୁରୁବାର ଶୁଭଶାନ୍ତି ୱେଲ୍ଫର ଫାଉଣ୍ଡେସନ ଅନୁଷ୍ଠାନ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ସମ୍ପାଦକ ଏସ. ତ୍ରିପତୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାଉନସିଲର ଦୀପକ କୁମାର ମିଶ୍ର ଏବଂ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଉର୍ବଶୀ ଦାସ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ ।ଅନୁଷ୍ଠାନ ପକ୍ଷରୁ ଅସହାୟ ଦିବ୍ୟାଙ୍ଗ ମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରାଯିବା ସହ ସେମାନଙ୍କୁ କିଭଳି ଥଇଥାନ କରାଯାଇପାରିବ ସେ ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦିବ୍ୟାଙ୍ଗ ଆତ୍ମ ସହାୟକ ଦଳ ଗଠନ କରାଯାଇ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରାଯିବା ପାଇଁ ସରକାରୀ ସହାୟତା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ସମ୍ପାଦକ ତାଙ୍କ ଉଦବୋଧନରେ କହିଥିଲେ। ଅନୁଷ୍ଠାନର ସଭାନେତ୍ରୀ ଏସ. ରୋଜା ,ଉପସଭାପତି ଗୌରୀ ଶଙ୍କର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଦିଗପହଣ୍ଡି ଅଞ୍ଚଳର ୮୦ ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ସଭାରେ ଉପସ୍ଥିତ ଥିଲେ।ଅନୁଷ୍ଠାନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୫ ଦିବ୍ୟାଙ୍ଗ ଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ