ତିରୁଣା ପଞ୍ଚାୟତରେ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଇନକୁ ଅବମାନନା, ବିନା କାର୍ଯ୍ୟରେ ପଡୁଛି ଉପସ୍ଥାନ

ନାଉଗାଁ (ୟୁଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଆଇନକୁ ଖୁଲମଖୁଲା ଅବମାନନା କରାଯାଉଥିବା ଜଣାଯାଇଛି। ଏହି ପଞ୍ଚାୟତରେ ବିନା କାର୍ଯ୍ୟରେ ୬ଦିନର ଉପସ୍ଥାନ ପଡିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ ପକ୍ଷରୁ ଶ୍ରମିକଙ୍କର ପ୍ରାପ୍ୟକୁ ଶୂନ କରାଯାଇଥିବା ଜଣାଯାଇଛି। ଉକ୍ତ ପଞ୍ଚାୟତର ଏଡିଇଓ ବିଶ୍ୱବିଜୟୀ ସ୍ୱାଇଁ ଉକ୍ତ ପ୍ରକଳ୍ପରେ ବିନା କାର୍ଯ୍ୟରେ ଶ୍ରମିକମାନଙ୍କର ଉପସ୍ଥାନ ଦର୍ଶାଇଥିବା ଏନ୍‌ଏମ୍‌ଏମ୍‌ଏସ୍ ଆପରେ ଫଟୋ ଅପଲୋଡ କରିଥିବା ଏମ୍‌ଜିଏନ୍‌ଆରଇଜିଏସ୍ ପୋର୍ଟାଲରୁ ଜଣାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଉକ୍ତ ପ୍ରକଳ୍ପ ସ୍ଥାନରେ କାର୍ଯ୍ୟ ସମ୍ପର୍କରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ହେଲେ ଗତ ମାର୍ଚ୍ଚ ୩୦ ଓ ଏପ୍ରିଲ ୨ ତାରିଖରେ ଉକ୍ତ ପ୍ରକଳ୍ପ ସ୍ଥାଳରେ ମେସିନ ଦ୍ୱାରା ମାଟି ଖୋଳା ଯାଉଥିବା ବେଳେ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଭିଡିଓ ଉତୋଳନ କରାଯାଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରାଯାଇଥିବା ଦେଖାଯାଇଛି। ସୂଚନା ଅନୁସାରେ ଏହି ପଂଚାୟତର ତିରୁଣା ଗ୍ରାମର ହନୁମାନ ମନ୍ଦିର ନିକଟରେ ଥିବା ବାଲିଆସରାରେ ଅମୃତ ସରୋଭର ପୋଖରୀ ଖନନ ପାଇଁ ଏମ୍‌ଜିଏନ୍‌ଆରଇଜିଏସ ରେ ପ୍ରକଳ୍ପ ମଞ୍ଜୁରୀ ହୋଇଛି। ଏହି ପ୍ରକଳ୍ପ ବାବଦକୁ ୧୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଛି। ଏମ୍‌ଜିଏନ୍‌ଆରଇଜିଏସ୍ ନିୟମ ଅନୁସାରେ ଯେଉଁ ପ୍ରକଳ୍ପ କାର୍ଯ୍ୟ କରାଯିବ, ସେହି ପ୍ରକଳ୍ପ ସ୍ଥଳରେ ପ୍ରଥମେ ସୂଚନା ଫଳଜ ନିର୍ମାଣ କରାଯିବ। ପରେ ଜବକାର୍ଡଧାରୀଙ୍କ ଦ୍ୱାରା କାର୍ଯ୍ୟ କରାଯିବ। ହେଲେ ଏହି ପ୍ରକଳ୍ପ ନିକଟରେ କୌଣସି ସୂଚନା ଫଳକ ନିର୍ମାଣ କରାଯାଇ ନଥିବା ବେଳେ ମାର୍ଚ୍ଚ ୨୨ ତାରିଖରେ ପଂଚାୟତର ଏଡିଇଓ ସ୍ୱାଇଁ ଚିହ୍ନଟ ପ୍ରକଳ୍ପ ସ୍ଥାନରେ କିଛି ଜବକାର୍ଡଧାରୀଙ୍କୁ ଛିଡା କରି ଫଟୋ ଉତୋଳନ କରିଥିଲେ। ଉକ୍ତ ଫଟୋକୁ ଏନ୍‌ଏମ୍‌ଏମ୍‌ଏସ୍ ଆପରେ ମଷ୍ଟରରୋଲ ସଂଖ୍ୟା-୧୭୬୮ରେ ୮ଜଣ, ୧୭୯୬ରେ ୧୦ଜଣ ଏବଂ ମଷ୍ଟରରୋଲ ସଂଖ୍ୟା-୧୭୦୦ରେ ୯ଜଣ ଜବକାର୍ଡଧାରୀଙ୍କର ଉପସ୍ଥାନ ନିଆଯାଇ ଫଟୋ ଅପଲୋଡ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ପରବର୍ତ୍ତୀ ତାରିଖରେ ଜବାକାର୍ଡଧାରୀଙ୍କର କୌଣସି ଏନଏମଏମଏସ କରା ନ ଯାଇ ସେମାନଙ୍କର ୬ଦିନର ଉପସ୍ଥାନ ପକାଯାଇଛି। ଏହି ତିନୋଟି ମଷ୍ଟରରୋଲରେ ସମୁଦାୟ ୧୬ଟି ଜବକାର୍ଡ ବ୍ୟବହାର କରାଯାଇଥିବା ବେଳେ ଏଥିରେ ୨୯ଜଣ ସଦସ୍ୟଙ୍କର ଉପସ୍ଥାନ ନିଆଯାଇଥିଲା। ଯାହାକି ୧୭୨ ଶ୍ରମ ଦିବସ ସୃଷ୍ଟି କରାଯାଇ ଏହା ବାବଦକୁ ୪୩ ହଜାର ୬୮୮ଟଙ୍କା ମଜୁରୀ ପ୍ରଦାନ ପାଇଁ ତାଲିକା ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଏହାକୁ ନେଇ ଅଭିଯୋଗ ହେବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ମଜୁରୀ ତାଲିକାକୁ ଶୂନ କରାଯାଇଥିବା ଜଣାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯଦି ଏହା ଉପରେ କୌଣସି ଅଭିଯୋଗ କରାଯାଇ ନଥାନ୍ତା, ତେବେ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ବିନା କାର୍ଯ୍ୟରେ ସରକାରୀ ଅର୍ଥକୁ ଆତ୍ମସାତ କରାଯାଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବ୍ଲକ ସହକାରୀ କାର୍ଯ୍ୟ ନିର୍ବିହୀ ଯନ୍ତ୍ରୀ ଇଂ. ଅଙ୍କିତା ଜାଲିଙ୍କୁ ପଚାରିବାରୁ ଏ ସମ୍ପର୍କରେ ବିଡିଓଙ୍କ ସହ ଆଲୋଚନ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସଂପୃକ୍ତ ଏଡିଇଓ ସ୍ୱାଇଁଙ୍କ ପଚାରିବାରୁ ଏମ୍‌ଜିଏନ୍‌ଆରଇଜିଏସ୍ କାର୍ଯ୍ୟ କିପରି ହେବ କରି ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ଅନ୍ୟପଟରେ ଉକ୍ତ ପ୍ରକଳ୍ପ ଉପରେ ଗତ ମାର୍ଚ୍ଚ ୩୦ ଓ ଅପ୍ରେଲ ୨ତାରିଖରେ ମେସିନ ଓ ଟ୍ରାକ୍ଟର ମାଧ୍ୟମରେ ମାଟି ଖୋଳା ଯାଉଥିବା ବେଳେ ସ୍ଥାନୀୟ ଅଂଚଳର କିଛି ସଚେତନ ନାଗରିକମାନଙ୍କ ଦ୍ୱାରା ଭିଡିଓ ଉତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ ଜରା ଯାଇଥିବା ଦେଖାଯାଇଛି। ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ