ଜିଲ୍ଲାପାଳ ଓ ମନ୍ତ୍ରୀଙ୍କ ଆଦେଶକୁ ଅବମାନନା : ୬ ମାସ ହେଲା ଅନ୍ଧାରରେ କୁଣ୍ଡେଇସିଂ ଗ୍ରାମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାପାଳଙ୍କ ଆଦେଶ ଏବଂ ମନ୍ତ୍ରୀଙ୍କ ନିର୍ଦେଶକୁ ମଧ୍ୟ ଟାଟା ପାୱାର ତଥା ବିଦ୍ୟୁତ ବିଭାଗ ମାନୁ ନାହାନ୍ତି. ଯଦ୍ୱାରା ଏହି ଜିଲ୍ଲାର ଗୋଟିଏ ଗ୍ରାମ 6 ମାସ ଧରି ଅନ୍ଧକାର ହୋଇପଡିଛି. ଏହାର ମୁଖ୍ୟ କାରଣ ହେଲା ଠିକା ସଂସ୍ଥାର ଦୌରାତ୍ମ ବଢ଼ି ଚାଲିଛି. ଠିକା ସଂସ୍ଥାର ଇଚ୍ଛା ମୁତାବକ କାରନାମାରେ ମାଟିଖୋଳି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଦେବା କାରଣରୁ ଏହି ଜିଲ୍ଲାର କୁଣ୍ଡେଇସିଂ ଗ୍ରାମ ଗତ 6 ମାସ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଛି . ଗ୍ରାମବାସୀମାନେ ଅନ୍ଧକାରମାନେ ବିଭିନ୍ନ ଦୁଃଖ କଷ୍ଟ ପାଉଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ କୁଣ୍ଡେଇସିଂ ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ପାହାଡ଼ରୁ ମାଟି ଖୋଳି ରାସ୍ତା ତିଆରି କରୁଥିବା ବେଳେ ରାସ୍ତା କଡ଼ ଦେଇ ଯାଇଥିବା ୮ଗୋଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଦେଇଛି। ଅନ୍ୟ କେତେକ ସ୍ଥାନରେ ଅଧିକ ମାଟିଖୋଳି ଦେବାରୁ ବିଦ୍ୟୁତ ଖୁଣ୍ଟମାନ ତଳେ ପଡ଼ିଯାଇଛି ଜେସିବି ସାହାଯ୍ୟରେ ମାଟି ଖୋଳିବା ବେଳେ ଅସାବଧାନତା ଯୋଗୁଁ ଏଭଳି ସମସ୍ୟା ଘଟି ଗତ ସେପ୍ଟେମ୍ବର ମାସରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି। ଘଟଣାକୁ ପାଖାପାଖି ୬ ମାସ ବିତିଗଲାଣି| ନାଁ ମରାମତିହେଉଛି, ନାଁ ଗାଁରେ ଆଲୁଅ ଜଳୁଛି । ଗ୍ରାମରେ ୩୫୦ ପରିବାର ବସବାସ କରୁଥିବା ବେଳେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଠିକା ସଂସ୍ଥା କର୍ଣ୍ଣପାତ କରୁନି। ଏଣୁ, ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ, କୌଣସି ସୁଫଳ ପାଇନାହାନ୍ତି। ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ପରେ ସେ ମଧ୍ୟ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ। ଅଥଚ, କୌଣସି ପଦକ୍ଷେପ ନିଆଗଲା ନାହିଁ। ଏନେଇ ଟାଟା ପାୱାର ନିର୍ବାହୀଯନ୍ତ୍ରୀ ବିଜୟ ସାହୁଙ୍କୁ ପଚାରିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁଦାନ ଆସିଲେ ପୁନରୁଦ୍ଧାର କାର୍ଯ୍ୟ ହେବ ବୋଲି ପ୍ରକାଶ କରିଛନ୍ତି। ଗତ ୬ ମାସ ହେଲା ଗ୍ରାମବାସୀ ଅନ୍ଧାରରେ ବହୁ ଦୁର୍ଦଶା ଭୋଗୁ ଥିବା ବେଳେ ବିଦ୍ୟୁତ ବିଭାଗ ସେମାନଙ୍କୁ ସହଯୋଗ କରିବା ପରିବର୍ତ୍ତେ ଉପହାସ କରିବା ଭଳି ମତବ୍ୟକ୍ତ କରିଛନ୍ତି. ବିଭାଗ ପକ୍ଷରୁ ଏହାର ଉଚିତ ଦେବା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ରାଜେଶ ରଇତ, ଅନିଲ ଗଇତ, ଲାବଣ୍ୟ ଶବର, ସତ୍ୟ ରଇତ, କୃଷ୍ଣ ଶବର ପ୍ରମୁଖ ପ୍ରକାଶ କରିଛନ୍ତି।


