ଶାସଙ୍ଗ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

ହାଟଡିହି (ଓ୍ବାଇଏନଏସ): ଛାତ୍ରଛାତ୍ରୀ ଙ୍କୁ ୟୁନିଫର୍ମ ବଣ୍ଟନରେ ବିଳମ୍ବ ସମ୍ପର୍କରେ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଶିକ୍ଷା ବିଭାଗ ତତ୍ପର ହୋଇଛି। ଆଜି ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା, ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଉପସ୍ଥିତ ରହି ୧୦୧ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ପୋଷାକ ବଣ୍ଟନ କରିବା ସହିତ ଲଷ୍ମୀ ନାରାୟଣ ଏଜେନସି ପକ୍ଷରୁ ଗୋଟିଏ ଲେଖାଏଁ ପାଣି ବୋତଲ ବଣ୍ଟନ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ଲଷ୍ମୀ ନାରାୟଣ ଏଜେନସିର ସତ୍ୟଭୂଷଣ ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ, ମାଧବାନନ୍ଦ ଜେନା, ଲଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ସହିତ ବିଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ସତ୍ୟ ଭୂଷଣ ସାହୁ ବିଦ୍ୟାଳୟକୁ ଏକ ଆକ୍ଵାଗାର୍ଡ ପ୍ରଦାନ କରିଥିଲେ। ଗୋଟିଏ ବିଦ୍ୟାଳୟ ପରିସରରେ ନବମ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ୟୁନିଫର୍ମ ମିଳିନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହାଟଡିହି ବ୍ଲକରେ ପୋଷାକ ବଣ୍ଟନ ହୋଇନଥିବା ବିଦ୍ୟାଳୟ ଗୁଡିକରେ ଅତିଶୀଘ୍ର ପୋଷାକ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ବିଡ଼ିଓ ରଞ୍ଜନ କୁମାର ପରିଡା ଓ ବିଇଓ ରାଜୀବ ଦଳେଇ ପ୍ରକାଶ କରିଛନ୍ତି। ୮୦ ଭାଗ  ବିଦ୍ୟାଳୟ ରେ ପୋଷାକ ବଣ୍ଟନ ସାରିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଅନୁଦାନ ଟଙ୍କା ଉଠାଇ ଦେବାରେ ବିଳମ୍ବ କରୁଥିବା ଯୋଗୁଁ ସଠିକ ତଥ୍ୟ ମିଳି ପାରୁନି ବୋଲି ବିଇଓ ରାଜୀବ ଦଳେଇ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ