ଜନ କଲ୍ୟାଣ ଫାଉଣ୍ଡେସନ ଯୁବ ସଙ୍ଗଠନ ପକ୍ଷରୁ ଦହି ସର୍ବତ ବଣ୍ଟନ

ବେତନଟୀ ( ଉଦିତ କୁମାର ପରିଡା) :  ଦୁର୍ଗା ପୂଜା ଅବସରରେ ବେତନଟୀ ପୂଜା କମିଟି ମାନଙ୍କ ପକ୍ଷରୁ ମହାଷ୍ଟମୀ ରେ ଭୋଗ ଓ ଦଶହରା ରେ ଶ୍ରଦ୍ଧାଳୁ ମାନଙ୍କୁ ଦହି ପଖାଳ ବଣ୍ଟନ କରାଯାଇଥିବା ବେଳେ ଏକ ଯୁବ ସଙ୍ଗଠନ ଚାରିଦିନ ଧରି ଶ୍ରଦ୍ଧାଳୁ ମାନଙ୍କୁ ଦହି ସର୍ବତ ବଣ୍ଟନ କରିଛନ୍ତି। ଏହି ଯୁବ ସଙ୍ଗଠନ ର ୨୫ ଜଣ କର୍ମ କର୍ତ୍ତା କୁ ନେଇ ଜନ କଲ୍ୟାଣ ଫାଉଣ୍ଡେସନ ନାମ ରେ ନାମିତ ହୋଇଛି। ଏହି ଫାଉଣ୍ଡେସନ ସମସ୍ତ କର୍ମ କର୍ତ୍ତା ଙ୍କ ମିଳିତ ସହଯୋଗ ରେ ଚଣ୍ଡୀ ଛକ ରେ ଦୁର୍ଗା ପୂଜା ମହାଷ୍ଟମୀ ଦିନ ଦିବା ୯ ଘଣ୍ଟା ରୁ ରାତ୍ର ୧୧ ଘଣ୍ଟା ପର୍ଯ୍ୟନ୍ତ ଅନବରତ ଜଳ ଜିରା ସର୍ବତ, କୁଆଶ୍ ,ଦହି ସର୍ବତ ଓ ଥଣ୍ଡା ପାଣି ବଣ୍ଟନ କରାଯାଇଥିଲା। ସେହି ଭଳି ମହାନବମୀ , ଦଶହରା ଓ ରାବଣ ପୋଡ଼ା ଭସାଣି ଉତ୍ସବ ରେ ମୋଟ ୪୦ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ମାନଙ୍କୁ ସର୍ବତ ଓ ଥଣ୍ଡା ପାଣି ବଣ୍ଟନ କରାଯାଉଥିବା ର ଜଣାପଡିଛି। ଏହି କାର୍ଯ୍ୟ କ୍ରମ ସମୟ ରେ ବେତନଟୀ ପୋଲିସ ଉପଖଣ୍ଡ ଅଧିକାରୀ ମିନତୀ ବିଶ୍ଵାଳ ନିଜ ହସ୍ତ ରେ ଶ୍ରଦ୍ଧାଳୁ ମାନଙ୍କୁ ସର୍ବତ ପ୍ରଦାନ କରି ଥିବା ବେଳେ ବେତନଟୀ ରୁ ବହୁତ ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ମଧ୍ୟରେ ଅରୁଣ କୁମାର ଅତା, ହରିଶ୍ଚନ୍ଦ୍ର ନନ୍ଦଗୋସ୍ଵମୀ, ସଚ୍ଚିଦାନନ୍ଦ ମହାନ୍ତି, କିଶୋର ଚନ୍ଦ୍ର ଆଚାର୍ଯ୍ୟ, ରମାକାନ୍ତ ମହାନ୍ତ, ଭବାନୀ ଶଙ୍କର ପରିଡା, ଉଦିତ  ପରିଡ଼ା, ଶୀରିସ ବାରିକ, ହରିଶ୍ଚନ୍ଦ୍ର ସାମଲ, ରାଜକିଶୋର ଶାହା, ପ୍ରଦୀପ ପରିଡ଼ା, ମନୋଜ କୁମାର ଜେନା, ଶିଶିର ବେହେରା,ପଙ୍କଜ କୁମାର ଦାଶ, ରାଜେଶ ଖଣ୍ଡେଲୱାଲ , ପଙ୍କଜ ଖଣ୍ଡେଲୱାଲ ଉପସ୍ଥିତ ରହି ଶ୍ରଦ୍ଧାଳୁ ଙ୍କୁ ନିଜ ହସ୍ତ ରେ ସର୍ବତ ବଣ୍ଟନ କରି କାର୍ଯ୍ୟ କ୍ରମ କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ