ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ଓ ସାଂସଦଙ୍କ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ

ବୁଗୁଡ଼ା (ଅନୀଲ କୁମାର ମହାରଣା) : ବୁଗୁଡ଼ା ବ୍ଳକ ଅନ୍ତର୍ଗତ ଆଦିପୁର ନିକଟସ୍ଥ ଦିବ୍ୟ ଦର୍ଶନ ଜରାଶ୍ରମର ଅନ୍ତେବାସୀମାନଙ୍କୁ ରାମକୃଷ୍ଣ ପଟ୍ଟନାୟକ ଚାରିଟେବୁଲ ଟ୍ରଷ୍ଟ ଓ ସାଂସଦଙ୍କ ତରଫରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା।ଜରାଶ୍ରମକୁ ପୂର୍ବତନ ଆସିକା ସାଂସଦ ତଥା ସ୍ବର୍ଗତ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସହଧର୍ମିଣୀ କୁମୁଦିନୀ ପଟ୍ଟନାୟକ, ତାଙ୍କ ବଡ ଝିଅ ତଥା ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ,ସାନ ଝିଅ ତଦାସା ତପସ୍ଵିନୀ ପଟ୍ଟନାୟକ, ଜ୍ବାଇଁ ଉତ୍ତମ ଦାସ ଜରାଶ୍ରମରେ ପହଞ୍ଚି ଆଶ୍ରମରେ ଥିବା ବୃଦ୍ଧ ଓ ବୃଦ୍ଧା ବୃନ୍ଦଙ୍କ ସହିତ ଆଲୋଚନା କରିବା ସହ ସୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରିଥିଲେ। ଏହା ସହିତ ଜରାଶ୍ରମର ଉନ୍ନତି ସକାଶେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ    ଆଗାମୀ ଦିନରେ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ନେତା ସିମାଞ୍ଚଳ ସାହୁ, ସାଂସଦ ପ୍ରତିନିଧି କାହ୍ନୁ ଚରଣ ଖଟେଇ, ମଳୟ କୁମାର ଜେନା, କୈଳାସ ମହାରଣା, ରଙ୍କନିଧି ମହାନ୍ତି, ଧନେଶ୍ଵର ସାହୁ, ଅରୁଣ ସାହୁ, ବିଦ୍ୟାଧର ସାହୁଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ