ଜିଲ୍ଲା ଚିକିତ୍ସାଳୟରେ ଫଳ ଓ ବିସ୍କୁଟ ବଣ୍ଟନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ବ୍ଲକ ଅଧିନ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁର ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଶିବାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଶାମଗୁଡିଆସ୍ଥିତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟରେ ଫଳ ଓ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିବାନନ୍ଦ ଆଶ୍ରମର ସ୍ୱାଧିମାତା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିିତ୍ସାଧିକାରୀ ପ୍ରମୋଦ କୁମାର ପ୍ରହରାଜ ଓ ହସପିଟାଲ ମ୍ୟାନେଜର ପ୍ରଭାତ କୁମାର ନାୟକ ଏବଂ ଧର୍ମ ଜାଗରଣ ଜିଲ୍ଲା ସହ ସଂଯୋଜକ ଶଶାଙ୍କ ଜେନା, ଜିଲ୍ଲା ପ୍ରଶାସନିକ ପ୍ରମୁଖ ମାଧବ ପ୍ରଧାନ, ନଗର ପ୍ରମୁଖ ଅଭିଜିତ ଦାସ, ଲକ୍ଷ୍ମୀସାଗର ମହାନ୍ତି, କୁମାର ସତ୍ୟଜିତ, ସୁଶିଲ ଦାସ, କମଳାକାନ୍ତ ମଲିକ, ବଳଦେବ ସେନାର ପ୍ରମୁଖ ପୂପୁନ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କ ସମସ୍ୟା ବୁଝିବା ସହିତ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ।ଏଥିସହିତ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀ ପିଲାମାନଙ୍କୁ ମଧ୍ୟ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।


