ବିଶ୍ବ ପରିବେଶ ସଂରକ୍ଷଣ ଦିବସ ଅବସରରେ ବୃକ୍ଷ ଚାରା ବଣ୍ଟନ

ବେତନଟୀ ( ଉଦିତ କୁମାର ପରିଡା ) : ବୃକ୍ଷ ହିଁ ଜୀବନ। ଗଛ ରହିଲେ ମଣିଷ, ଜୀବ ଜନ୍ତୁ ବଞ୍ଚିବେ ଓ ପରିବେଶ ସୁରକ୍ଷିତ ରହିବ। ଏହି ଉକ୍ତିକୁ ସଫଳ କରିବାର ପ୍ରୟାସରେ ଆଜି ଦୈନିକ ‘ସକାଳ ଓ ନନ୍ଦିଘୋଷ’ ପକ୍ଷରୁ ‘ବିଶ୍ବ ପରିବେଶ ସଂରକ୍ଷଣ ଦିବସ’ ମୟୂରଭଞ୍ଜ ଜିଲ୍ଲା ବେତନଟି ସ୍ଥିତ ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ସ୍ବସ୍ତିକ ପେଟ୍ରୋଲ ପମ୍ପରେ ସକାଳ ୮ ଘଟିକାରେ ପାଳନ ହୋଇଯାଇଛି। ପେଟ୍ରୋଲ ଓ ଡିଜେଲ୍ ନେବାକୁ ପମ୍ପକୁ ଆସୁଥିବା ଗ୍ରାହକଙ୍କୁ ଆମ୍ବ, ପିଜୁଳି, ପପେୟା, ଲେମ୍ବୁ, ସୋଜନା ଆଦି ଫଳ ଚାରା ବଣ୍ଟନ କରାଯାଇଛି । ଏହା ସହିତ ପରିବେଶ ସୁରକ୍ଷା ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଶିକ୍ଷକ ସନ୍ତୋଷ କୁମାର ଖଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ଉତ୍ସବରେ ରାଜ୍ୟ ବନ ଉନ୍ନୟନ ନିଗମର ନିର୍ଦ୍ଦେଶକ ଭାନୁମିତ୍ର ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉଦ୍ୟାନକୃଷି ବିଭାଗର ଉପନିର୍ଦେଶକ ଟଙ୍କଧର କାଲୋ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ପମ୍ପର ନିର୍ଦ୍ଦେଶକ, ସକାଳ ଓ ନନ୍ଦିଘୋଷ ପରିବାରର ସଦସ୍ୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଦୈନିକ ‘ସକାଳ ଓ ନନ୍ଦିଘୋଷ’ ପରିବାର ପକ୍ଷରୁ ସୁନ୍ଦର ଏଭଳି ପରିବେଶ ଭିତ୍ତିକ ପ୍ରୟାସକୁ ସ୍ବାଗତ କରିଛନ୍ତି ଅତିଥି ସହ ସାଧାରଣ ଜନସାଧାରଣ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ