ମା ତାରିଣୀ ସେବା ସଂସ୍ଥା ପକ୍ଷ୍ୟରୁ ଶୀତବସ୍ତ୍ର ବଣ୍ଟନ

ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମା ତାରିଣୀ ସେବା ସଂସ୍ଥା ପକ୍ଷରୁ ଅସହାୟ ବୃଦ୍ଧ ବୃଦ୍ଧା ଏବଂ ମସ୍ତିସ୍କ ବିକୃତ ଭିନ୍ନକ୍ଷମ ଲୋକ ମାନଙ୍କ ପାଇଁ ଶୀତବସ୍ତ୍ର ବଣ୍ଟନ କରାଯାଇଛି l ଛେନପଦୀ ଛକ ମା ତାରିଣୀ ମନ୍ଦିରୁ ଆରମ୍ଭ କରି ଘଟଗାଁ ମା ତାରିଣୀ ପୀଠ ରେ ରହୁଥିବା ଅସହାୟ ଙ୍କୁ ସଂସ୍ଥା ତରଫରୁ କମ୍ବଳ ବଣ୍ଟନ କରାଯିବା ସହିତ ରାସ୍ତା କଡରେ ଥିବା ଭୋକିଲା ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା l ମା ତାରିଣୀ ସେବା ସଂସ୍ଥା ର ସଭାପତି ନଦୁ ଚରଣ ଜେନା ,କୈଳାସ ଚନ୍ଦ୍ର ରାଉତ, ଚକ୍ରଧର ସାଉ, ଶୁଶାନ୍ତ ମହାପାତ୍ର, ପବିତ୍ର ଦାସ,ପବିର କୁମାର ସାହୁ,ଝରଣା ନାୟକ, ନିରୁପମା ଯେନା, ଗାୟତ୍ରୀ ରାଉତ ପ୍ରମୁଖ ଯୋଗଦେଇ କାଯ୍ୟକ୍ରମ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ