ଜିଲ୍ଲା ପ୍ରଶାସନ ପକ୍ଷରୁ ବେତନଟୀ ଓ ବୈଶିଙ୍ଗା ଲ୍ୟାମ୍ପରେ ଧାନ କଟନୀ ଛଟନୀର ତଦନ୍ତ
ବେତନଟୀ ( ଉଦିତ କୁମାର ପରିଡା ) : ବେତନଟୀ ବ୍ଲକ ମିଡ଼ିଆ ଆସୋସିଏସନ ପକ୍ଷରୁ ବେତନଟୀ ବ୍ଲକର ବିଭିନ୍ନ ସମସ୍ୟା ପାଇଁ ଗତ ମାର୍ଚ୍ଚ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ହୋଇଥିବା ବିଭିନ୍ନ ସମସ୍ୟା ମଧ୍ୟରୁ ବେତନଟୀ ଓ ବୈଶିଙ୍ଗା ଲ୍ୟାମ୍ପ ( ସମବାୟ ସମିତି ) ଅଧୀନରେ ଧାନ କିଣା ସମୟରେ ଧାନର କଟନୀ ଛଟନୀ କରାଯାଇଥିବା ଅଭିଯୋଗ କରାଥିଲା। ସେଥିପାଇଁ ଜିଲ୍ଲାପାଳ ଙ୍କ ନିର୍ଦେଶରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବୁଧବାର ଦିନ ବେତନଟୀ ମେଡ଼ିଆ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ବେତନଟୀ ଲ୍ୟାମ୍ପ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ପୂର୍ବରୁ ଚିଠି ପ୍ରଦାନ କରିଥିଲେ। ଏହି ଚିଠି ଅନୁସାରେ ବୁଧବାର ଦିନ ଜିଲ୍ଲା ପ୍ରଶାସନ କୋଅପରେଟିଭ ସୋସାଇଟିର ସିନିଅର ଏ ଆର ସି ଏସ ଅଶୋକ କୁମାର ପାଣି, ଏ ଆର ସି ଏସ ତୁଷାରକାନ୍ତି ମହାନ୍ତି, ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଡି କେ ଭୂୟାଁ, ବେତନଟୀ ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା ତଦନ୍ତ ପାଇଁ ବେତନଟୀ ଲାମ୍ପ କାର୍ଯ୍ୟାଳୟକୁ ଆସିଥିବା ବେଳେ ବୈଶିଙ୍ଗା ଲ୍ୟାମ୍ପର ଏମ ଡି ସାନ୍ତା ଗୌରା ପରିଡା, ଓ ବେତନରୀ ଲ୍ୟାମ୍ପର ଏମ ଡି ଦାୟିତ୍ୱରେ ଥିବା ଭବାନୀ ଶଙ୍କର ପୁହାଣ ଓ ଲ୍ୟାମ୍ପ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ପୂର୍ବ ଚିଠି ଅନୁଯାୟୀ ବେତନଟୀ ମେଡ଼ିଆ ଆସୋସିଏସନ ର ମନରଞ୍ଜନ ବେହେରା, ହରିଶ ଚନ୍ଦ୍ର ସାମଲ, ରାଜେଶ ଖଣ୍ଡେଲୱାଲ, ଉଦିତ ପରିଡା, ଭବାନୀ ଶଙ୍କର ପରିଡା, ଓ ଧରଣୀ ଧର ମହାନ୍ତି, ତଦନ୍ତ ସମୟରେ ଉପସ୍ଥିତ ରହି ଅଭିଯୋଗ ହୋଇଥିବା ଘଟଣାର ସମସ୍ତ ତଥ୍ୟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା ସହ ତଦନ୍ତ କାର୍ଯ୍ୟରେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଏହି ଧାନ କଟନୀ ଛଟନୀ ନେଇ ବେତନଟୀ ବ୍ଲକର ପ୍ରକାଶ ଲେଙ୍କା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ କରିବାପରେ ଜିଲ୍ଲା ଏ ଆର ସି ଏସ କାର୍ଯ୍ୟାଳୟ ଇନିସ୍ପେକ୍ଟର ଦୀପକ ଟୁଡୁ ବୈଶିଙ୍ଗା ଲ୍ୟାମ୍ପରେ ତଦନ୍ତ କରି ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ତଥ୍ୟ ପ୍ରଦାନ କରିଥିଲେ।