ଭାଇଚାରା ପରମ୍ପରା ପରିବେଶ ଅକ୍ଷୁଣ୍ଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ
କଟକ,(ଓ୍ବାଇଏନଏସ): କଟକରେ ଭାଇଚାରା ଅକ୍ଷୁର୍ଣ୍ଣ ରଖାଯିବା ପରିପ୍ରେକ୍ଷୀରେ ଦରଘାବଜାର ସ୍ଥିତ ସଦଭାବନା ମଞ୍ଚରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ,ମହାନଗର ନିଗମ ସହ ବିଭିନ୍ନ ପୂଜା କମିଟି,ଶାନ୍ତି କମିଟି ତଥା ଆଞ୍ଚଳିକ ବିଭିନ୍ନ କମିଟିର କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସେଠାରେ ଉପସ୍ଥିତ ରହି ମା’କାଳୀଙ୍କ ଭସାଣୀ ଉତ୍ସବରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ କଟକରେ ଏହିଭଳି ଭାଇଚାରା ପରମ୍ପରା ପରିବେଶ ଅକ୍ଷୁର୍ଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ପୂର୍ବଭଳି ସର୍ବଦା ଜାରି ରହିବା ସହ ସମସ୍ତ କଟକ ବାସୀଙ୍କ ଏହିଭଳି ଅକୁଣ୍ଠ ସହଯୋଗ ସର୍ବଦା କାମନା କରିଛନ୍ତି।


