ସେବାପକ୍ଷ ଅବସରରେ ଜିଲ୍ଲା ବିଜେପିର କର୍ମଶାଳା
ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲା ବିଜେପି ପକ୍ଷରୁ ସେବାପକ୍ଷ ଅବସରରେ ଜିଲ୍ଲା ବିଜେପି ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ରାଜ୍ଯ ବିଜେପି ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଉପସ୍ଥିତ ରହି କର୍ମଶାଳାକୁ ଉଦ୍ ଘାଟନ କରିଥିଲେ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଇଁ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସେବା ପକ୍ଷ ଅବସରରେ ଏହି କର୍ମଶାଳାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥାକ୍ରମେ ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ପ୍ରଧାନ ମନ୍ତ୍ରୀଙ୍କ ଜୀବନ ଇପରେ ଆଧାରିତ ପ୍ରଦର୍ଶନୀ,, ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା, ପ୍ରବୁର୍ଦ୍ଧ ବର୍ଗ ସମ୍ବାଦ, ପ୍ରଧାନ ମନ୍ତ୍ରୀ ଙ୍କ ଜୀବନ ଉପରେ ଡକ୍ୟୁମେଣ୍ଟାରି ଫିଲ୍ମ ପ୍ରଦର୍ଶନ, ପ୍ରଧାନ ମନ୍ତ୍ରୀଙ୍କ ଉପରେ ବୟନିତ ପୁସ୍ତକ ବଣ୍ଟନ, ଜାତୀୟ ଉପକୂଳ ଦିବସ, ମୋଦୀ ବିକାଶ ମାରାଥନ୍ , ପଣ୍ଡିତ ଦିନ ଦୟାଲ ମୁଖାର୍ଜୀ ଜୟନ୍ତୀ, ଭୋକାଲ ଫର୍ ଲୋକାଲ ର ପ୍ରଚାର , ଦିବ୍ୟାଙ୍ଗଜନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନିତ, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଓ ତତ୍ ସହ ସାଂସଦ କ୍ରୀଡା ପ୍ରତିଯୋଗିତା ପ୍ରମୁଖ କାର୍ଯ୍ୟକ୍ରମ ହେବାକୁ ଯାଉଛି, ଏହି ସମସ୍ତ କାର୍ଯ୍ୟକ୍ରମ କିପରି ଭାବରେ ସୁଚାରୁ ରୂପେ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା , ଏହି କାର୍ଯ୍ୟକ୍ରମ ରାଜ୍ଯ, ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତରରେ କରାଯିବା ନେଇ ରାଜ୍ଯ ବିଜେପି ଉପ ସଭାପତି ତଥା ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟ ରେ କହିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ଯ ସରକାର୍ ଙ୍କ ଉପ ମୂଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ଯ କାର୍ଯ୍ୟକାରୀଣି ସଦସ୍ୟ ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ରାଜ୍ଯ ମହିଳା ମୋର୍ଚ୍ଚା ନେତ୍ରୀ ସୁଷମା ରାଣୀ ବିଶ୍ଵାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର ପ୍ରମୁଖ ମଞ୍ଚାଷିନ ଥିବାବେଳେ , ଜିଲ୍ଲା ବିଜେପି ଉପ ସଭାପତି କରୁଣା କର ପଣ୍ଡା, ସମ୍ପାଦକ ବିଜୟ ସାହୁ, ସମ୍ପାଦିକା ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ,ରାଜ୍ଯ ପେନାଳିଷ୍ଟ ବିଭୂପଦ ଦାସ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାଜ୍ୟ ଯୁବ ନେତା ଚନ୍ଦ୍ର ଶେଖର ନନ୍ଦ , ରାଜ୍ୟ ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ରାଜେଶ୍ ମହାକୁଡ, ରାଜ୍ୟ କାର୍ଯ୍ୟକାରୀଣି ଯୁବ ମୋର୍ଚ୍ଚା ସଦସ୍ୟ ଶଶିକାନ୍ତ ମିଶ୍ର, ଜିଲ୍ଲା ମିଡ଼ିଆ ସହ ସଂଯାଜକ ରଣଜିତ୍ ପୃଷ୍ଟି , ନଗର ପୂର୍ବତନ ସଭାପତି ଚିତ୍ତରଞ୍ଜନ ପଣ୍ଡା,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଉପ ସଭାପତି ନାରାୟଣ ମହନ୍ତ, ସୁସ୍ମିତା ପଣ୍ଡାଙ୍କ ସମେତ ଜିଲ୍ଲା ଓ ମଣ୍ଡଳ ସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ପ୍ରମୁଖ ଏହି କର୍ମଶାଳାରେ ଉପସ୍ଥିତ ଥିଲେ, କର୍ମଶାଳା ର ଶେଷ ରେ ଯୁବ ନେତା ତାପସ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ