ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କଲେ ଜିଲ୍ଲାପାଳ

କଟକ, (ଓ୍ବାଇଏନଏସ): ଲାଞ୍ଚ ନେଇ ଭିଜିଲାନସ ହାତରେ ଧରାପଡିଥିବା ବାରଙ୍ଗ ତହସିଲ ଅଧୀନସ୍ଥ ରାମଦାସପୁର ରାଜସ୍ୱ ଅଂଚଳର ପୂର୍ବତନ ସହକାରୀ ରାଜସ୍ୱ ନିରୀକ୍ଷକ ତଥା ବର୍ତମାନ ଡମପଡା ତହସିଲର ସହକାରୀ ରାଜସ୍ୱ ନିରୀକ୍ଷକ (ନିଲମ୍ବନ ହୋଇଥିôବା) ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ କଟକ ଜିଲ୍ଲାପାଳ ସରକାରୀ ଚାକିରୀରୁ ବରଖାସ୍ତ କରିଛନ୍ତି । ୨୦୧୬ ମସିହାରେ ଜନୈକ ବ୍ୟକ୍ତିଙ୍କଠାରୁ ୨୦୦୦ ଟଙ୍କା ଲାଂଚ ନେଉଥିବା ସମୟରେ ଭିଜିଲାନସ ଅଧିକାରୀମାନେ ଶ୍ରୀ ପ୍ରଧାନଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ୨୧.୦୩.୨୦୧୬ରେ ଜେଲରେ ରହିଥିଲେ । ତା୦୭. ୦୪.୨୦୧୬ରିଖରେ ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଥିଲା । ପରବର୍ତୀ ସମୟରେ ଭିଜିଲାନସ ବିଭାଗ କଟକ ଆରକ୍ଷୀ ଅଧିକ୍ଷକଙ୍କ ରିପୋର୍ଟ ଅନୁସାରେ ଓଡ଼ିଶା ପ୍ରଶାସନିକ ସେବା ( କ୍ଲାସିଫିକେସନ, କଂଟ୍ରୋଲ ଆଣ୍ଡ ଆପିଲ) ନିୟମ ୧୯୬୨ ଅଧୀନରେ ୦୪.୧୦.୨୦୧୬ରେ ଶ୍ରୀ ପ୍ରଧାନଙ୍କ ବିପକ୍ଷରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ପରେ ଶ୍ରୀ ପ୍ରଧାନଙ୍କ ବିପକ୍ଷରେ ଅଣାଯାଇଥିବା ଦଫାର ତଦନ୍ତ କରିବା ନିମନ୍ତେ କଟକ ସଦର ଉପଜିଲ୍ଲାପାଳଙ୍କୁ ତଦନ୍ତକାରୀ ଅଧିକାରୀ ଏବଂ ବାରଙ୍ଗ ତହସିଲଦାରଙ୍କୁ ମାର୍ଶାଲ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା । ପରେ ତା୦୪.୦୫.୨୦୨୨ରିଖରେ ତଦନ୍ତକାରୀ ଅଧିକାରୀ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଯେଉଁଥିରେ ସେ ଶ୍ରୀ ପ୍ରଧାନଙ୍କ ଉପରେ ଦଣ୍ଡବିଧାନ କରିବା ପାଇଁ ସୁପାରିଶ କରିଥିଲେ । ୨୧.୦୪.୨୦୨୫ରେ ଭିଜିଲାନସ୍ ବିଭାଗର ଉପ ସଚିବ କଟକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ଯେ ଶ୍ରୀ ପ୍ରଧାନ ଦୋଷୀ ସାବ୍ୟସ୍ତ ହେବା ସହ ତାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦୦୦ ଟଙ୍କାର ଜରିମାନା ଦଣ୍ଡବିଧାନ କରାଯାଇଛି ଏବଂ ଜରିମାନା ଅନାଦେୟ ଆଉ ତିନି ମାସର ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭିଜିଲାନସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫.୦୪.୨୦୨୫ରେ ଶ୍ରୀ ପ୍ରଧାନଙ୍କୁ ସରକାରୀ ଚାକିରୀରୁ କାହିଁକି ବରଖାସ୍ତ କରାଯିବ ନାହିଁ ସେ ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ୧୪. ୦୫ ୨୦୨୫ ସୁଦ୍ଧା ସେ ଜିଲ୍ଳାପାଳଙ୍କ କୋର୍ଟରେ ହାଜିର ହୋଇନଥିଲେ କିମ୍ବା କୌଣସି ଲିଖିତ କାରଣ ଦର୍ଶାଅ ଉତର ଦାଖଲ କରିନଥିଲେ । ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶ୍ରୀ ପ୍ରଧାନ ଏକ ପତ୍ର ଲେଖିଥିଲେ ଯେଉଁଥିରେ ଶାରିରୀକ ଅସୁସ୍ଥତା କାରଣରୁ ଲିଖିତ ଭାବେ କାରଣ ଦର୍ଶାଅ ଉତର ଦାଖଲ କରିବାକୁ ଅସମର୍ଥ ବୋଲି ଦର୍ଶାଇଥିଲେ । ଏହା ଆଇନ୍ ଅନୁମୋଦିତ ହୋଇ ନଥିବାରୁ ଜିଲ୍ଲାପାଳ ଭାରତୀୟ ସମ୍ବିଧାନର ଧାରା ୩୧୧ ଅନୁଯାୟୀ ତାଙ୍କୁ ସରକାରୀ ଚାକିରୀରୁ ବରଖାସ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ