ଭିନ୍ନକ୍ଷମଙ୍କୁ ବ୍ୟାଟେରି ଚାଳିତ ସାଇକଲ ପ୍ରଦାନ କଲେ ଜିଲ୍ଲାପାଳ
ହାଟଡିହି,(ଓ୍ବାଇଏନଏସ): ହାଟଡିହି ବ୍ଳକର ୯ଜଣ ଭିନ୍ନକ୍ଷମଙ୍କୁ ଜିଲପାଳଙ୍କଙ୍କ ଦ୍ବାରା ବ୍ୟାଟେରି ଚାଳିତ ସାଇକଲ ପ୍ରଦାନ କରାଯାଇଛି। ଏହି ହିତାଧୀକାରୀ ମାନେ ଯାତାୟତ କ୍ଷେତ୍ରରେ ଅସୁବିଧା ଭୋଗୁଥିବାରୁ ସେମାନଙ୍କୁ ଯିବା ଆସିବାରେ ସୁବିଧା ପାଇଁ ବ୍ୟାଟେରୀ ଚାଳିତ ସାଇକଲ ପ୍ରଦାନ କରାଯାଇଛି। ଏହି ସମୟରେ ଜିଲାପାଳ ବିଶାଲ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଏବିଡ଼ିଓ ରଶ୍ମିରେଖା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।


