ନୂଆପଡ଼ାରେ ଜିଲ୍ଲାପାଳଙ୍କ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆପଡ଼ା,  (ଲିଲାମ୍ବର ନାଗ); ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକର ଆରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।ବୈଠକର ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ  ଦାଶ ଜନ ଶୁଣାଣି ପୋର୍ଟାଲ୍ ମାଧ୍ୟମରେ ଶିକ୍ଷା ସମ୍ପର୍କିତ ଆସୁଥିବା ସମସ୍ତ ଅଭିଯୋଗକୁ ୭ ଦିନ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା ବିଭାଗରେ ଗୁଣାତ୍ମକ ସେବା ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍  ପରୀକ୍ଷାରେ ଜିଲ୍ଲାରେ ଶୂନ୍ୟ ଅନିୟମିତତା ସୁନିଶ୍ଚିତ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପ୍ରଦାନ କାର୍ଯ୍ୟରେ ନିଯୋଜିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କୁ ଠିକ ସମୟରେ ପାଉଣା ଦେବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।ସମସ୍ତ ପ୍ରଧାନଶିକ୍ଷକଙ୍କୁ ଠିକ୍ ଓଜନ ଯାଞ୍ଚ କରି ଚାଉଳ ଗ୍ରହଣ କରିବାକୁ  ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମସ୍ତ ଅଧିକାରୀ ଓ ଶିକ୍ଷକଙ୍କୁ “ଆହେ ଦୟାମୟ ବିଶ୍ୱ ବିହାରୀ” ଗୀତକୁ ମୋବାଇଲ୍ ଡାଏଲର୍ ଟ୍ୟୁନ୍ ଭାବେ ସେଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।ବୈଠକରେ ସମ୍ଭାବନା–୨୦୨୬ କାର୍ଯ୍ୟ ଯୋଜନା, ଏକ ଶିକ୍ଷକ ବିଦ୍ୟାଳୟ, ବକେୟା ପେନ୍ସନ୍ ମାମଲା, ପିଏମ୍ ପୋଷଣ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା, ଶିକ୍ଷା ସେବିକା ନିଯୁକ୍ତି, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଖାଲି ପଦ ପୂରଣ, ପିଏମ୍ ଶ୍ରୀ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ଜିଲ୍ଲା କଳ୍ୟାଣ ଅଧିକାରୀ  ଦୀପ୍ତିମନ୍ତ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ  ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ