ମଙ୍ଗଳବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର
କଟକ (ଓ୍ବାଇଏନଏସ): ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ରାଜ୍ୟ ସରକାର ଆସନ୍ତା ସୋମବାର ସରକାରୀ ଛୁଟି ଘୋଷଣା କରିଥିବାରୁ ଆସନ୍ତା ୨୬ ତାରିଖ ନିଆଳି ବ୍ଲକରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରର ତାରିଖ ପରିବର୍ତନ କରାଯାଇଛି । ନିଆଳି ବ୍ଲକରେ ଏହି ମିଳିତ ଜନ ଶୁଣାଣି ଶିବିର ଆସନ୍ତା ୨୬ ତାରିଖ ପରିବର୍ତେ ୨୭ ତାରିଖ ମଙ୍ଗଳବାର ସକାଳ ୭ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଜନ ଅଭିଯୋଗ ଶୁଣାଣି ଶିବିରରେ ନିଜର ଅଭିଯୋଗ ଦାଖଲ କରିବା ନିମନ୍ତେ ଜନଶୁଣାଣି ୱେବ ପୋର୍ଟାଲ/ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସ୍ଲଟ ବୁକିଂ କରିବାକୁ ଅନୁରୋଧ କରାଯାଉଛି । ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକାଠାରୁ ଶନିବାର ରାତ୍ର ୧୧ ଘଟିକା ୫୯ ମିନିଟ ପର୍ଯ୍ୟନ୍ତ ଜନଶୁଣାଣୀ ପୋର୍ଟାଲ ହବଦ୍ଭବଗ୍ଦଙ୍କଦ୍ଭବଦ୍ଭସ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭରେ ସ୍ଲଟ ବୁକିଂ କରାଯାଇପାରିବ ।


