ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ବନ୍ତ(ଓ୍ବାଇଏନଏସ) : ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକରେ ଥିବା ୨୫ ଗୋଟି ପଞ୍ଚାୟତରୁ ୧୦୪ ଗୋଟି ଅଭିଯୋଗ ଆସିଥିଲା । ସେଥିମଧ୍ୟରୁ ସାଧାରଣ ଭାବେ ୨୧ଟି, ରେଡକ୍ରସ୍ ୨, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ୨ ଓ ଅନ୍ୟ ଅଭିଯୋଗ ଗୁଡିକ ମଧ୍ୟରେ ବ୍ୟକ୍ତିଗତ, ଭତ୍ତା, ଆବାସଗୃହ, ଭିନ୍ନକ୍ଷମ ପ୍ରମାଣପତ୍ର ଆଦି ରହିଛି । ବନ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣିରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲିପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ସରୋଜ କୁମାର ଦତ୍ତ, ଡେପୁଟି କଲେକ୍ଟର କରୁଣାକର ଜେନା, ଉପ-ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଶେକ ବେହେରା, ଜିଲ୍ଲାମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଭେନ୍ଦ୍ର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧାଶୁଂ ବଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ସାରା ହେମ୍ବ୍ରମ୍‌, ସହକାରୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ ଉପସ୍ଥିତ ରହି ଆସିଥିବା ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସେଥିମଧ୍ୟରୁ ତୁରନ୍ତ ୧୧ ଗୋଟି ଅଭିଯୋଗର ସମାଧାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଗ୍ରାମ୍ୟଉନ୍ନୟନ,ଯୋଗାଣବିଭାଗ, ଜଳ ଓ ପରିମଳ,ପରିବହନ, ବିଦ୍ୟୁତ୍‌,କୃଷି,ଉଦ୍ୟାନକୃଷି ଆଦି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । କମ୍ପ୍ୟୁଟର ପ୍ରୋଗ୍ରାମର ସୁଧାଶୁଂ ଶେଖର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଲଳିତ ହେମ୍ବ୍ରମ୍‌,ଅନୁୱର ହୋସେନ୍‌, ସାହା ନଜୁରୁଲ ରହେମାନ୍‌,ପ୍ରକାଶ ସାହୁ, ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ