ଜିଲ୍ଲାର ସାମଗ୍ରିକ ବିକାଶ ସହ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସ୍ଥିତ ଡିଆରଡିଏ ୠଷିକୁଲ୍ୟା ଜିଲାପରିଷଦ ସମ୍ମିଳନୀ କକ୍ଷରେ ଜିଲାର ସାମଗ୍ରିକ ବିକାଶ ସହ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ଏକ ସମିକ୍ଷା ବୈଠକ ଅନୁ ିତ ହୋଇଥିଲା । ଏଥିôରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ଆଗକୁ ବର୍ଷା ଦିନ ଆସୁଥିବାରୁ ଜିଲାରେ ପ୍ରତ୍ୟେକ ବ୍ଲକରେ ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟ ଚାଲୁଛି ତାହା ନିର୍ଦ୍ଧାରିତ ସମୟରେ ସାରିବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ । ବୈଠକରେ ଜିଲାରେ ୭ଟି ବ୍ଲକରେ ୧୭ଟି ଗ୍ରାମରେ ଅନୁସୂଚିତ ଜନଜାତି ଲୋକମାନେ ବସବାସ କରୁଥିବାରୁ ସେମାନଙ୍କ ପାଇଁ ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଯୋଜନା ସଂପର୍କରେ ଆଲୋଚାନ ହୋଇଥିଲା । ଜୁନ ୧୫ ରୁ ୩୦ ତାରିଖ ମଧ୍ୟରେ ଉକ୍ତ ଗ୍ରାମ ମାନଙ୍କରେ କ୍ୟାମ୍ପ କରାଯିବ । ସେଠାରେ ଲୋକଙ୍କୁ ସରକାରୀ ଯୋଜନାମାନଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟାକାରିତା ସୁନିଶ୍ଚିତ କରିବା । ରାସ୍ତା,ପାନୀୟ ଜଳ,ଶୈାଚାଳୟ,ଆଧାର କାର୍ଡ, ରାସନ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ,ଜାତି ପ୍ରମାଣପତ୍ର, ପିଏମ କିଷାନ ଓ ଜନଧନ ଆକଉଂଟ ଭଳି ଯୋଜନା ରହିଛି ।  ପିଏମ୍ ସୂର୍ଯ୍ୟଘର ଯୋଜନା, ମନରେଗା ଯୋଜାନରେ କରାଯାଉଥିବା ପ୍ରକଳ୍ପ ଗୁଡିକ ଆଦି ସମ୍ପର୍କରେ ବୈଠକରେ ସମିକ୍ଷା କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିଡିଓ ତଥା ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ  ମଧୁମିତା, ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର,ଛତ୍ରପୁର ଉପଜିଲାପାଳ ଶିବାଶିଷ  ବରାଳ,ଭଞ୍ଜନଗର ଉପଜିଲାପାଳ ଉମାକାନ୍ତ ବେହେରା ପ୍ରମୁଖ ମଚାଂସିନ ରହିଥିବା ବେଳେ ୨୨ଗୋଟି ବ୍ଲକର ବିଡିଓ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ