ଅପେରସନ ସିନ୍ଦୁରର ବୀର ସହୀଦ ଯବାନଙ୍କୁ ଜ଼ିଲ୍ଲା କଂଗ୍ରେସର ଶ୍ରଦ୍ଧାଞ୍ଜଳି
ବାଲେଶ୍ବର (ସରୋଜ ପଣ୍ଡା): ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ୱାନ କ୍ରମେ ଆଜି ବାଲେଶ୍ୱର ଜ଼ିଲ୍ଲା କଂଗ୍ରେସ ତରଫରୁ ସିନେମା ଛକ ନିକଟସ୍ତ ସହୀଦ ପାର୍କ ଠାରେ ଗାନ୍ଧୀ ଜି ଙ୍କ ପ୍ରତି୍ମୃତି ପାଖରେ “ଅପେରସନ ସିନ୍ଦୁର ”ରେ ସହୀଦ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା |
ଜ଼ିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବରିଷ୍ଠ କାଉନସିଲର ପଦ୍ମଲୋଚନ ଲେଙ୍କା, ଜ଼ିଲ୍ଲା ଉପସଭାପତି ଗୋପୀନାଥ ପାଢ଼ୀ, ବରିଷ୍ଠ ନାରୀ ନେତ୍ରୀ ଅର୍ଚନା ନନ୍ଦୀ, ଯୁବନେତା ସରୋଜ ଲେଙ୍କା, ସଦର ବ୍ଲକ ସଭାପତି ଜୟ କୃଷ୍ଣ ବେହେରା, କୃଷ୍ଣ ଗୋପାଳ ପଣ୍ଡା, ଯୁବ ସଭାପତି ରଞ୍ଜନ ଦାସ, ନାରୀ ନେତ୍ରୀ ଜ୍ୟୋସ୍ନା ସେନାପତି, ବାସନ୍ତୀ ନାୟକ, ସଂଯୁକ୍ତା ମିଶ୍ର, ବିନିତା ନାୟକ, କନ ବେହେରା, ନିରଞ୍ଜନ ବେହେରା,ପ୍ରଭାସ ପଣ୍ଡା, କେଶବ ନାୟକ, ବେଣୁ ପତି, ଜୀବନ ମହାପାତ୍ର, ବିଦ୍ୟାଧର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।