ମା’ତାରିଣୀ କଳାକାର ପରିଷଦ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ମା ତାରିଣୀ କଳାକାର ପରିଷଦ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି। ପରିଷଦର ପ୍ରତିଷ୍ଠାତା ବାବାଜୀ ଚରଣ ଜେନା, ସଦସ୍ୟା ବାସନ୍ତୀ ଜେନା ପ୍ରମୁଖ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ଭେଟି ମା ତାରିଣୀଙ୍କ ଫଟୋ ଚିତ୍ର ସହିତ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ କଳାର କିପରି ଉନ୍ନତ୍ତି ହୋଇପାରିବ ସେନେଇ କାର୍ଯ୍ୟକ୍ରମ ମାନ ଆୟୋଜନ କରିବା ସହିତ କଳାକାରଙ୍କ ବିଭିନ୍ନ ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା କରିଥିଲେ।


