ଜିଲ୍ଲା ଶିକ୍ଷା ବିଭାଗ କାମ କରୁଛି ଆଇନରୁ ଉର୍ଦ୍ଧ୍ୱରେ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ବିତ୍ତାଧିକାରୀ ଶ୍ରୀମତୀ ସ୍ୱାଗତିକା ସ୍ୱାଇଁ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିୟମାନୁଯାୟୀ ଆୟକର ଫର୍ମ ୧୬ନମ୍ବରକୁ ଗ୍ରହଣ କରିବା ପାଇଁଁ ଜୁନ ମାସରୁ ସେପ୍େଟମ୍ବର ମାସ ମଧ୍ୟରେ ଜିଲ୍ଲାର କୋଣସି ଗୋଟିଏ ହେଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କ ନିକଟକୁ ପଠାଇନାହାଁନ୍ତି। କିନ୍ତୁ ଚଳିତ ସେପ୍େଟମ୍ବର ମାସର ନିୟମିତ ଦରମା ପ୍ରଦାନ କରିବା ବେଳେ ତାଙ୍କ ଅଧୀନରେ ଥିବା ସମସ୍ତ ପ୍ରକାରର ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନିକଟକୁ ପତ୍ର ସଂଖ୍ୟା – ୮୯୮୦/ଗ ତା ୧୩/୯/୨୦୨୫ ରିଖରେ ସେପ୍େଟମ୍ବର ମାସର ନିୟମିତ ଦରମା ବିଲ୍‌ଫର୍ମ ସହିତ ଆୟକର ବିଭାଗର ୧୬ନମ୍ବର ଫର୍ମର ଅବିକଳ ନକଲ ସଂଲଗ୍ନ କରି ପଠାଇବାକୁ ଏକ ପତ୍ର ଲେଖିଛନ୍ତି। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ବିଗତ ବର୍ଷଗୁଡିକରେ କୋଣସି ତତ୍କାଳିନ ବିତ୍ତାଧିକାରୀ ଏଭଳି କୈାଣସି ପତ୍ର ଲେଖିନାହାନ୍ତି। କାରଣ ଶିକ୍ଷା ବିଭାଗ ସଚିବ ବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏଭଳି କୈାଣସି ଆଦେଶନାମା ଜାରି କରି ନାହାନ୍ତି। ତେଣୁ ପୂର୍ବତନ ଅଧିକାରୀମାନେ ଏଭଳି ବେନିୟମ ପତ୍ର କରନ୍ତି ନାହିଁ। କିନ୍ତୁ ଚଳିତ ଶିକ୍ଷାବର୍ଷରେ ନୂତନ ଭାବେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ବିତ୍ତାଧିକାରୀ ଶ୍ରୀମତୀ ସ୍ୱାଇଁ ଶିକ୍ଷା ବିଭାଗର ନିୟମକୁ ଉଲ୍ଲଂଘନ କରି ଏଭଳି ପତ୍ର କାହା ବ୍ୟକ୍ତିଗତ ସ୍ୱାର୍ଥ ରକ୍ଷା ପାଇଁଁ କରିଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି। ଏହି ପତ୍ରଟି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବୁଦ୍ଧିଜୀବୀ ଓ ଶିକ୍ଷାବୀତମାନେ ଉକ୍ତ ପତ୍ର ଦେଖିବା ପରେ ସେମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ଆଦେଶନାମା ଅନୁଯାୟୀ ବର୍ତ୍ତମାନର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଅଧିକାରୀ କାର୍ଯ୍ୟ କରୁନାହାଁନ୍ତି। ସେମାନେ ଉପରିସ୍ଥ ଶିକ୍ଷା ବିଭାଗର ସଚିବ/ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଠାରୁ ଉର୍ଦ୍ଧ୍ୱରେ ବୋଲି ଭାବୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ