ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ କଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସଂପ୍ରତି ସରକାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ରହିଥିବା ସମସ୍ତ ସରକାରୀ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରିଛନ୍ତି। ପ୍ରତିଦିନ ସରକାର ପିଲା ମାନଙ୍କୁ କି କି ଖାଦ୍ୟ ପ୍ରଦାନ କରିବେ ତାର ସ୍ଵତନ୍ତ୍ର ମେନୁ ଚାଟ କରିବା ସହିତ ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଯୁକ୍ତ ଅଣ୍ଡା ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି। ସରକାର ତରଫରୁ ପ୍ରତି ଦିନ ପିଲା ମାନଙ୍କୁ କେତେ ଗ୍ରାମ ର ଭାତ ତା ସହିତ ତରକାରୀ ପ୍ରଦାନ କରିବେ ସେହି ଅନୁପାତରେ ଅନୁଦାନ ପ୍ରଦାନ କରିଛନ୍ତି। ଝୁମ୍ପୁରା ବ୍ଲକରେ ମଧ୍ୟାହ୍ନ ଭୋଜନ ର ମାନ ଠିକ ଭାବରେ ପ୍ରସ୍ତୁତ କରି ପିଲା ମାନଙ୍କୁ ପ୍ରଦାନ କରାଯାଉଛି କି ନାହଁ ତାର ତଦନ୍ତ କରିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର। ଶୁକ୍ରବାର ଦିନ ବ୍ଲକର ଗୁଣ୍ଡୁଣିଆଁ ସ୍କୁଲ,ଚଉଠିଆ ବାରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଣଦା ପ୍ରାଥମିକ ବିଦ୍ୟାଳୟ କୁ ଅଚାନକ ଗ୍ରସ୍ତ କରି ପିଲା ମାନଙ୍କୁ କିପରି ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଛନ୍ତି ତାରଟିକିନିକି ତଦନ୍ତ କରିଥିବା ଜଣାଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମିଶ୍ର ଙ୍କ ସମେତ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ ମଧ୍ୟାହ୍ନ ଭୋଜନ ଯାଞ୍ଚ କରିଥିଲେ। ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ସମୟରେ ରୋଷେଇ ସାମଗ୍ରୀ ସଂପୂର୍ଣ୍ଣ ଭାବରେ ସଫା କରିବା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ରୋଷେଇ ଘରକୁ ସଂପୂର୍ଣ୍ଣ ଭାବରେ ସଫା ସୁତୁରା ରଥିବା ସହିତ ମଧ୍ୟାହ୍ନ ଭୋଜନ ମାନ ଯେପରି ନିମ୍ନ ମାନର ନହେବ ସେଥିପାଇଁ ଦାୟିତ୍ଵ ରେ ରହିଥିବା ଅଧିକାରୀ ମାନଙ୍କୁ ତାଗିଦ କରିଥିଲେ। ବିଦ୍ୟାଳୟ ରେ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନ ନିମ୍ନ ମାନରେ ପ୍ରସ୍ତୁତ କରି ପିଲାକୁ ପରସା ଯାଉଥିବା ସମ୍ପର୍କରେ ଛାତ୍ର ଛାତ୍ରୀ କିମ୍ବା ଅଭିଭାବକ ମାନେ ଅଭିଯୋଗ ଆଣିଲେ ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିବା ଅଧିକାରୀ ଙ୍କ ସମେତ ପାଚିକା ଓ ସହାୟିକା ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର ବିଦ୍ୟାଳୟ କର୍ତ୍ତୃପକ୍ଷ ମାନଙ୍କୁ ତାଗିଦ କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ କରୁଥିବା ଯୋଗୁଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।


