ଜିଲ୍ଲା ସ୍ତରୀୟ ଆଦି କର୍ମଯୋଗୀ କର୍ମଶାଳା
ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲାପାଳ ଙ୍କ ଅଡିଟୋରିମରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ,ପି ଏ ,ଆଇ ଟି ଡି ଏ ଶ୍ରୀ କାରୁ ସୋରେନ, ଉପ ଜିଲ୍ଲାପାଳ ସଦର ଶ୍ରୀ ଶିବ ମାଲବ୍ୟ ,ଉପ ଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ମଧୁସ୍ମିତା ସାମନ୍ତରାୟ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କୁ ସଶକ୍ତ କରିବା ଏହାର ମୋଟୋ। ଆଦିବାସୀ ଏବଂ ପି ଭି ଟି ଜି ଗ୍ରୁପ ଙ୍କର୍ ଗ୍ରାମାଞ୍ଚଳରେ 20 ଜଣିଆ ସଦସ୍ୟ ବିଶିଷ୍ଟ କ୍ୟାଡ଼ର ପ୍ରସ୍ତୁତ କରିବା ସହ ସେବା ସମର୍ପଣ ଓ ସଂକଳ୍ପ ର ଆଶା ରଖି ଏହି ଅଭିଯାନ ଆରମ୍ଭ ହୋଇଛି। ଏହାର ତିନୋଟି ସ୍ତର ରେ କାର୍ଯ୍ୟକର୍ତ୍ତା ରହିବେ ଯଥା ଆଦି କର୍ମଯୋଗୀ ଯେଉଁଥିରେ ସରକାରୀ କର୍ମଚାରୀ ଆଦି , ଆଦି ସହଯୋଗୀ ଯେଉଁଥିରେ ପଞ୍ଚାୟତ ସଭ୍ୟ ଆଦି , ଅବସରପ୍ରାପ୍ତ କର୍ମଚାରୀ ଶିକ୍ଷକ ଡାକ୍ତର ଆଦି ଏବଂ ଆଦି ସାଥୀ ଗ୍ରୁପ ରେ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା,ଗାଁ ମୁଖିଆ ଶ୍ରେଣୀର ବ୍ୟକ୍ତି ,ଯୁବ ସ୍ଵେଚ୍ଛାସେବୀ ଆଦି ଅର୍ନ୍ତଭୁକ୍ତ ହେବେ। ବାଲେଶ୍ଵର ଜିଲ୍ଲା ରେ ମୋଟ ୮୦ ଟି ଗ୍ରାମକୁ ୨୦୩୦ ଆକ୍ସନ ପ୍ଲାନ୍ ରେ ଅନ୍ତର୍ଭୁକ୍ତ କରାଯାଇଛି ଯହିଁରେ ସର୍ବାଧିକ ୪୨ଟି ନୀଳଗିରିର ।ଜିଲ୍ଲାପାଳ କାର୍ଯ୍ୟାଳୟ ଓଡ଼ିଟରିଓମ ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆରମ୍ଭ ହେଇଥିବା ଏହି ଅଭିଯାନ ଯାହା ସବ୍ କା ସାଥ, ସବ୍ କା ବିକାଶ, ସବ୍ କା ପ୍ରୟାସ ସବ୍ କା ବିଶ୍ୱାସ ର ମାର୍ଗ ଦର୍ଶକ ନୀତିକୁ ପ୍ରତିଫଳୀତ କରିବା ସହ ଜନଜାତି ସମ୍ପ୍ରଦାୟକୁ ସଶକ୍ତ କରିବା, ଉତ୍ତରଦାୟୀ ଶାସନକୁ ସୃଦୃଢ଼ କରିବା ଏବଂ ସାରା ଦେଶରେ ସ୍ଥାନୀୟ ନେତୃତ୍ଵ ସୁଯୋଗ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କର୍ମଶାଳାରେ ସୂଚନା ଦିଆଯାଇଥିଲା ଏହି ଅଭିଯାନ ମାଧ୍ୟମରେ ଦେଶବ୍ୟାପି 20 ଲକ୍ଷ୍ୟ ପ୍ରଶିକ୍ଷିତ ଓ ସମର୍ପିତ କର୍ମୀଙ୍କୁ ନେଇ ଏକ କ୍ୟାଡ଼ର ସୃଷ୍ଟି କରାଯିବ।