ଆସନ୍ତା ୮ରେ ସରକାରୀ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଜିଲ୍ଲାସ୍ତରୀୟ ସମ୍ମିଳନୀ
ବାଲେଶ୍ୱର(ସରୋଜ ପଣ୍ଡା): କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା କ୍ରିୟାନୁଷ୍ଠାନ ସମିତିର ଜିଲ୍ଲାସ୍ତରୀୟ ୨ୟ ସମ୍ମିଳନୀ ପାଇଁ ଶେଷ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଆଠ ତାରିଖ ଦିନ କୁରୁଡ଼ାସ୍ଥିତ ‘ଓଡ଼ିଶା ଫଲୋଅପ୍’ ସଭାଗୃହରେ ଅନୁଷ୍ଠିତ ସମ୍ମିଳନୀକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଉକ୍ତଦିନ ସକାଳ ୯ଟାରେ ପଞ୍ଜିକରଣ ଓ ଉଦ୍ଘାଟନ ପରେ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମିଳନୀର ସାଧାରଣ ଅଧିବେଶନରେ ଯୋଗ ଦେବେ। ଅତିଥି ଓ ବକ୍ତାଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି, ବାଲେଶ୍ୱର ଜିଲ୍ଲାପରିଷଦ ସଭାପତି ଏବଂ ବିଧାୟକମାନେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ଗତ ତିନିବର୍ଷ ଧରି ଏକ ସରକାରୀ କୃଷି ମହାବିଦ୍ୟାଳୟ ଓ ଗବେଷଣା କ୍ଷେତ୍ର ପ୍ରତିଷ୍ଠା ପାଇଁ ଦାବି କରାଯାଉଆସୁଛି। ଏହି ସମ୍ମିଳନୀରେ ଜିଲ୍ଲାର ସମସ୍ତ ବ୍ଲକ୍ରୁ ପ୍ରାୟ ୨ଶହ ପ୍ରତିନିଧି ଯୋଗଦେବେ। ବୈଠକରେ ବିଭିନ୍ନ ଆଞ୍ଚଳିକ କମିଟି ପକ୍ଷରୁ ଜଳେଶ୍ୱରର ଦିଲ୍ଲୀପ ଗିରି, ଅବନୀ କୁମାର ଚାନ୍ଦ ଓ ବିଜୟ କୁମାର ମିଶ୍ର, ରେମୁଣାର ଗୋବିନ୍ଦ ଚନ୍ଦ୍ର ଭୋଇ, ହରିନାରାୟଣ ମଢ଼ୁଆଳ, ସୋରର ପ୍ରଫୁଲ୍ଲ ଷଢ଼ଙ୍ଗୀ, ଜିଲ୍ଲା କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ାଙ୍କ ସମେତ ପ୍ରଫୁଲ୍ଲ କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଡ. କ୍ଷିତୀଶ୍ୱର ଦାଶ ଓ ଜିଲ୍ଲା ପରିଷଦର ପ୍ରାକ୍ତନ ସଭାପତି ଗିରିଶ ଚନ୍ଦ୍ର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କୃଷିକ୍ଷେତ୍ରରୁ ଯୁବକମାନେ ବିମୁଖ ହେଉଥିବାବେଳେ କୃଷିର ବୈଷୟିକ ଶିକ୍ଷା ସେମାନଙ୍କୁ କୃଷି କାର୍ଯ୍ୟପ୍ରତି ଓ ଅତ୍ୟାଧୁନିକ ପ୍ରଣାଳୀରେ ଲାଭଦାୟକ କୃଷି ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ସେମାନେ ମତ ଦେଇଥିଲେ। ପାନ, ମୀନ ଓ ଧାନ ଅମଳରେ ବାଲେଶ୍ୱର ଜିଲ୍ଲାର ପୁନଶ୍ଚ ନିଜର ଗୌରବ ଫେରିପାଇବ ଓ ଜିଲ୍ଲାରୁ ଦାଦନ ଯାଉଥିବା ସଂଖ୍ୟା ହ୍ରାସ ପାଇବ ବୋଲି ସେମାନେ ଆଶାପ୍ରକାଶ କରିଥିଲେ। ତେଣୁ ଏହି ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା। କୋଷାଧ୍ୟକ୍ଷ ଭାସ୍କର ଚନ୍ଦ୍ର ପାଢ଼ୀ ଆୟବ୍ୟୟର ବିବରଣୀ ଆଗତ କରିଥିଳେ। ସମ୍ମିଳନୀର ସଫଳତା ପାଇଁ ବୈଠକରେ ସମସ୍ତଙ୍କ ସହ