ସ୍ବର୍ଗତ ଶଶିକଳା ନାୟକଙ୍କ ଦ୍ୱାଦଶହ କାର୍ଯ୍ୟକ୍ରମ
ବୁଗୁଡା, (ଓ୍ବାଇଏନଏସ) : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ବିଶିଷ୍ଟ ସମାଜସେବୀ, ଶିଳ୍ପପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ମାତା ସ୍ବର୍ଗତ ଶଶିକଳା ନାୟକଙ୍କ ଦ୍ୱାଦଶହ ଶ୍ରାଦ୍ଧ ଦିବସ ଉପଲକ୍ଷେ ୧୯/୦୧/୨୬ ତାରିଖ ଦିନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ। ଏହି ଦ୍ୱାଦଶହ ଦିବସ ଉପଲକ୍ଷେ ବ୍ରହ୍ମପୁରର ମାର୍କଣ୍ଡେଶ୍ଵର ଭଜନ ସମାରୋହ ଗୃପ ଭଜନ ପରିବେଷଣ କରିଥିବା ବେଳେ ହଜାର ହଜାର ବ୍ୟକ୍ତି ସ୍ବର୍ଗତ ଶଶିକଳା ନାୟକଙ୍କ ତୈଳଚିତ୍ରରେ ପୁଷ୍ପ ଅର୍ପଣ କରିବା ସହ ପ୍ରସାଦ ସେବନ କରିଥିଲେ। ବାଲିପଦରର ବଣିକ ସଂଘ, ପରିବା ମାର୍କେଟ ସଂଘ, ବାଲିପଦର ମହୋତ୍ସବ କମିଟି, ଫ୍ରେଣ୍ଡସ କ୍ଳବ, ଘୁମୁସରର ସ୍ୱର ପ୍ରଭୃତି ସଙ୍ଗଠନ ଏହି ଦ୍ୱାଦଶହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


