ଜିଲ୍ଲାସ୍ତରୀୟ ବିକାଶ ମେଳା

ବାଲେଶ୍ୱର ତା: ୧୭/୦୬: ଅଦ୍ୟ ସନ୍ଧ୍ୟା ଘ:୫ଟିକା ସମୟରେ ସ୍ଥାନୀୟ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରେ ପରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସମେତ  ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ସିମୁଳିଆ ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ମେଳାରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶ ଅତିଥି ପରିଚୟ ଏବଂ ସ୍ଵାଗତ କରିବା ପରେ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ର ସଫଳତା ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଏହି ମେଳାରେ ମାନ୍ୟବର ବିଧାୟକ, ନୀଳଗିରି, ଶ୍ରୀ ସନ୍ତୋଷ ଖଟୁଆ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଉ ହିତାଧୀକାରୀ ମାନେ ସୁଫଳ ପାଇଛନ୍ତି ସେମାନଙ୍କ ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରିଥିଲେ। କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ବିକଶିତ ଓଡ଼ିଶା ଭିଜନରେ ଓଡ଼ିଶାକୁ ସଶକ୍ତ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ଅତ୍ୟନ୍ତ ଗୁରୁ୍ତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ବକ୍ତବ୍ୟରେ ପ୍ରତିଶ୍ରୁତିବଦ୍ଧତା ଏବଂ କାର୍ଯ୍ୟରେ ସଫଳତା ସରକାର ଅଙ୍ଗିକରବୋଧ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରକାଶ କରିଥିଲେ। ପରେ ପରେ ମାନ୍ୟବର ବିଧୟକ, ବାଲେଶ୍ଵର (ସଦର), ଶ୍ରୀ ମାନସ କୁମାର ଦତ୍ତ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ସରକାର ବିଭିନ୍ନ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବା ଏପରିକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଆୟୁଷ୍ମାନ ଯୋଜନା, ସୁଭଦ୍ରା ଯୋଜନା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ, ମହିଳା ସଶକ୍ତିକରଣ, ସାମୁଦ୍ରିକ ବେଳାଭୂମିର ଉନ୍ନତିକରଣ, ଉପରେ ସରକାରଙ୍କ ଆଭିମୁଖ୍ୟ ନିଜ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିମୁଳିଆର ମାନ୍ୟବର ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା ଐତିହ ସମ୍ପନ୍ନ ବାଲେଶ୍ଵର ଜିଲ୍ଲାର ଧାନ, ମୀନ, ପାନର ଗନ୍ତା ଘର ବୋଲି ପ୍ରକାଶ କରିଥିଲେ।  ବିଧାୟକ ରେମୁଣା ତଥା ବିଧାନସଭା ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ବିକାଶ ମେଳାରେ ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟରେ ଧାନର ସହାୟକ ମୂଲ୍ୟ ହେଉ କିମ୍ବା ଜଗନ୍ନାଥ ଧାମର ଚାରି ଦ୍ଵାର ଖୋଲିବା, ସୁଭଦ୍ରା ଯୋଜନା, ଆୟୁଷ୍ମାନ ଯୋଜନାର ସରକାରଙ୍କ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଏହି ବିକାଶ ମେଳାରେ ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିଜ ବକ୍ତବ୍ୟରେ  ଉପନ୍ୟାସକାର ଫକିର ମୋହନ ସେନାପତିଙ୍କ ଉପନ୍ୟାସ ରେବତୀର ଉଦାହରଣ ଦେଇ ମହିଳା ମାନଙ୍କ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି, ସଶକ୍ତିକରଣ, ଅଧିକାର ମୂଳଦୁଆ ଥାପିବା ସମ୍ପର୍କରେ ଅବିହିତ କରିଥିଲେ । ପହଲଗାମରେ ଘଟି ଯାଇଥିବା ବର୍ବରିତ ଘଟଣା ପାଇଁ ଅପରେସନ ସିନ୍ଦୂର ସଫଳତା ସମ୍ପର୍କରେ ମଧ୍ୟ ଉପସ୍ଥାପନ କରିଥିଲେ।  ବିକଶିତ ଓଡ଼ିଶା ୨୦୩୬ ବିକଶିତ ଭାରତ ୨୦୪୭ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ସମୃଦ୍ଧ ଭାରତ  ବିଷୟରେ ପ୍ରକାଶ କରିଥିଲେ । ଚାକିରି କ୍ଷେତ୍ରରେ ବୟସ ବଢେଇ ଯୁବବର୍ଗଙ୍କୁ ରୋଜଗାର, ପି ଏମ ଆବାସ ଯୋଜନା, ଶୁଦ୍ଧ ପାନୀୟ ଜଳ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ରେ ହିତାଧୀକାରୀ ମାନେ ଆୟୁଷ୍ମାନ ଯୋଜନା ହେଉ କିମ୍ବା ସୁଭଦ୍ରା ଯୋଜନା ହେଉ ନିଜେ ସ୍ବାବଲମ୍ବୀ ହୋଇ ପାରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପରିଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ହେମନ୍ତ ସିଂ ମୁଖ୍ୟ ଅତିଥି ସମେତ ବରେଣ୍ୟ ଅତିଥି ବୃନ୍ଦ, ବିଭିନ୍ନ ବିଭାଗୀୟ କର୍ମକର୍ତ୍ତା, ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, ପୋଲିସ ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧି ସମେତ ଉପସ୍ଥିତ ବାଲେଶ୍ଵର ବାସିଙ୍କୁ  ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ