ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଉତ୍ସବ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା): ଶକୁନ୍ତଳା ସରକାରୀ ଉଚ୍ଚ ବିଦ୍ୟାଳୟ, ସୁନହାଟ ପରିସରରେ “ଓଡ଼ିଆ ପକ୍ଷ” ପାଳନ ଅବସରରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ଦ୍ବାରା ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇଥିଲେ । ଏ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ବାଲେଶ୍ଵର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ ବସନ୍ତ କୁମାର ନାୟକ।  ସମ୍ମାନୀତ ଅତିଥି ଭାବରେ ସଦର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯଜ୍ଞେଶ୍ଵର ଜେନା ଯୋଗ ଦେଇଥିବା ବେଳେ SMC ର ଅଧକ୍ଷ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସ୍ଵାଇଁଙ୍କ ସମେତ  SMC ର  ସମସ୍ତ ସଭ୍ୟ ,ସଭ୍ୟା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁମତି ମଣ୍ଡଳ, ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ,କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ । ପ୍ରଥମେ ଜିଲ୍ଲାପାଳ  ପୂଜା ଓ ଯଜ୍ଞ କାର୍ଯ୍ୟର ଶୁଭାରମ୍ଭ  କରିଥିଲେ । ଯଜ୍ଞ କାର୍ଯ୍ୟ ପରେ ଜିଲ୍ଲାପାଳ ଶିଶୁ  ବାଟିକା ପିଲାଙ୍କର ଖଡିଛୁଆଁ କାର୍ଯ୍ୟ  ଆରମ୍ଭ କରିଥିଲେ । ଜିଲ୍ଲାପାଳ ମହୋଦୟ ନିଜେ ଛୋଟ ଛୋଟ ପିଲାମାନଙ୍କ ହାତ ଧରି ଚକ୍ ଖଡ଼ି ସାହାଯ୍ୟରେ ସ୍ଲେଟ ରେ ଲେଖା ଶିଖେଇ ଥିଲେ । ତାପରେ ସମସ୍ତ ଷ୍ଟଲ ବୁଲି ଦେଖିଥିଲେ । ତାପରେ ୩୦ ଜଣ ନୂଆ ପିଲାଙ୍କୁ ବ୍ୟାଗ ସହିତ ପଠନ ସାମଗ୍ରୀ ପ୍ରଦାନ କରିଥିଲେ । ପରିଶେଷରେ ସବୁଜ ପତାକା ଦେଖାଇ ଜିଲ୍ଲାର ଶିକ୍ଷା ରଥକୁ ଜିଲ୍ଲାପାଳ ଏବଂ ଜିଲ୍ଲା  ଶିକ୍ଷାଧିକାରୀ    ଶୁଭାରମ୍ଭ  କରିଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ