ଜିଲ୍ଲାସ୍ତରୀୟ ଜଙ୍ଗଲ ଜମି ଅଧିକାର ଆଇନ କମିଟି ବୈଠକ

ଛତ୍ରପୁର, (ଓ୍ବାଇଏନଏସ)  : ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜଙ୍ଗଲ ଜମି ଅଧିକାର ଆଇନ( ମୋ ଜଙ୍ଗଲ ଜମି ଯୋଜନା)ର ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା କମିଟିର ଅଧ୍ୟକ୍ଷ ଭି.କୀର୍ତିଭାସନ୍ ଅଧ୍ୟକ୍ଷତା କରି ୨୪୦ ଟି ବ୍ୟକ୍ତିଗତ ଓ ୩୨ଟି ଗୋଷ୍ଠୀଗତ ଜଙ୍ଗଲ ଜମିର ଚୂଡାନ୍ତ ନିଷ୍ପତି ନିଆଯାଇଥିଲା । ଆସନ୍ତାବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବାକି ରହିଥିବା ଆବେଦନ ଗୁଡିକର ଚୂଡାନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ତହସିଲସ୍ତରରୁ ତଦନ୍ତରେ ବିଳମ୍ବ ହେଉଥିବା ନେଇ କମିଟିର ସଦସ୍ୟମାନଙ୍କ ଠାରୁ ଅବଗତ ପରେ ଜିଲ୍ଲାପାଳ ଏଦିଗରେ ଜିଲ୍ଲା ରାଜସ୍ୱ ବୈଠକରେ ସମସ୍ତ ତହସଲିଦାରମାନଙ୍କୁ ଏସଂକ୍ରାନ୍ତରେ ଶୀଘ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯିବ ବୋଲି କହିଥିଲେ । ଜହବରୁ ଗଞ୍ଜାମ ଜିଲ୍ଲାରେ ୬୫୨୮ ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ୩୪ ଟି ଜଙ୍ଗଲ ଜମିର ଗୋଷ୍ଠୀଗତ ଭାବେ ଆଦିବାସୀମାନଙ୍କୁ ପ୍ରଦାନ କରାଯାଇଛି । ସେହିପରି ଉପଖଣ୍ଡସ୍ତରୀୟ ଜଙ୍ଗଲ କମିଟିରେ ପାତ୍ରପୁର ତହସିଲର ୮୭ଟି ବ୍ୟକ୍ତିଗତ ଜଙ୍ଗଲ ଜମି ମାମଲାକୁ ପୁନଃ ବିଚାର କରି ତୁରନ୍ତ ଜିଲ୍ଲା କମିଟିକୁ ପ୍ରେରଣ କରିବା ପାଇଁ ଅବଗତ କରାଯାଇଥିଲା । ଆଜିର ବୈଠକରେ ଜିଲ୍ଲା କମିଟିର ଘୁମୁଷର(ଦକ୍ଷିଣ) ଡିଏଫ୍‌ଓ ଅଧିକାରୀ ଭିପାଶା ପାରୁଲ, ଘମୁଷର(ଉତର) ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି, ବ୍ରହ୍ମପୁର ଡିଏଫ୍‌ଓ ସନି ଖେରଖର, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଗଜପତି ଏସିଏଫ୍‌, ଟିଡିଆର ପାତ୍ରପୁର ଅଶୋକ ପଟ୍ଟାନୟକ, ଟିଡିଆର୍ ସାନଖେମୁଣ୍ଡି ରାମଚନ୍ଦ୍ର ପଟ୍ଟନାୟକ, ସୋରଡା ଜିଲ୍ଲା ପରିଷଦ ସଭ୍ୟ ରାମ ଶବର, ପାତ୍ରପୁର ଅଂଚଳର ଜିଲ୍ଲା ପରିଷଦ ସଭ୍ୟା ଯଶୋଦା ଶବର, କମିଟିର ଆବାହକ ତଥା ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଜଙ୍ଗଲ ଜମିରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଓ ଦଖଲରେ ରଖିଥିବା ଆଦିବାସୀ ଓ ଅନ୍ୟାନ୍ୟ ବର୍ଗ (ପାରମ୍ପରିକ ବନବାସୀ) ଲୋକମାନଙ୍କୁ ଜମିର ଅଧିକାରୀ ଦେବା ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି, ‘ଜଙ୍ଗଲ ଜମି ଅଧିକାର ଆଇନ’ । ୨୦୧୫ ମସିହା ଡିସେମ୍ବର ୧୨ ତାରିଖ ପୂର୍ବରୁ ଜଙ୍ଗଲ ଜମିକୁ ଦଖଲରେ ରଖିଥିଲେ ଆଦିବାସୀ ପରିବାରଙ୍କୁ ଉକ୍ତ ଜଙ୍ଗଲ ଜମିର ପଟ୍ଟା ମିଳିପାରିବ । କିନ୍ତୁ ଅନ୍ୟ ପାରମ୍ପରିକ ବନବାସୀ ଅନ୍ୟୁନ ୩ ପୁରୁଷ ପର୍ଯ୍ୟନ୍ତ ଜଙ୍ଗଲ ଜମିକୁ ଦଖଲରେ ରଖିଥିଲେ ଏବଂ ପ୍ରମାଣ ଦାଖଲ କଲେ ସେମାନଙ୍କୁ ଜଙ୍ଗଲ ଜମିର ଅଧିକାର ମିଳିବାର ନିୟମ ରହିଛି । ଏଥିପାଇଁ ତହସିଲରେ ହିତାଧିକାରୀ ଆବେଦନ କରିବେ । ଗ୍ରାମ୍ୟସ୍ତରୀୟ ଜଙ୍ଗଲ କମିଟି ନିକଟରେ ଉକ୍ତ ଆବେଦନ ଉପସ୍ଥାପନ କରାଯାଇ ତର୍ଜମା ହେବ । ଏହାପରେ ରାଜସ୍ୱ ଓ ଜଙ୍ଗଲ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ ହୋଇ ଗ୍ରାମସଭାକୁ ଯିବ । ସେଠାରେ ଚୂଡାନ୍ତ ହେବା ପରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଉପଖଣ୍ଡସ୍ତରୀୟ କମିଟିରେ (ଏସ୍‌ଡିଏଲ୍‌ସି) ଉପସ୍ଥାପନ ହେବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି (ଡିଏଲ୍‌ସି) ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯାଇଥାଏ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ