ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ୍” ଗୀତ ସାମୁହିକ ଗାୟନ

ଛତ୍ରପୁର, (ଓ୍ବାଇଏନଏସ): ଆଜିର ଏହି ଐତିହାସିକ ଦିନଟି, ଆମ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି। ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ  ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ।  ଜାତୀୟ ଗୀତ   “ବନ୍ଦେ ମାତରମ୍”  ର ୧୫୦ ବର୍ଷ ପୁର୍ତ୍ତୀ ଅବସରରେ  ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ  ସଦଭାବନା ସମ୍ମିଳନୀ କକ୍ଷରେ  ଜିଲ୍ଳା ସ୍ତରୀୟ    “ବନ୍ଦେ ମାତରମ୍”  ଗୀତ  ର ସାମୁହିକ ଗାୟନ କାର୍ଯ୍ୟକ୍ରମ  ଗଞ୍ଜାମ ଜିଲ୍ଲାପାଳ ଭି . କୀର୍ତ୍ତି ଭାସନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ    ଅତିରିକ୍ତ ଜିଲାପାଳ ଡ଼କ୍ଟର ପ୍ରମୋଦ କୁମାର ପୃଷ୍ଟି ଙ୍କ ସମେତ ଜିଲ୍ଳାସ୍ତରୀୟ ବହୁ ଅଧିକାରୀ ଏବଂ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଉପସ୍ଥିତିରେ ଆୟୋଜିତ ଜାତୀୟ ରାଷ୍ଟ୍ରଗାନ କାର୍ଯ୍ୟକ୍ରମର ଅଭାସି  ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା । ଦେଶବାସୀ ମଧ୍ୟରେ ଦେଶପ୍ରେମ ତଥା ସ୍ୱଦେଶୀ ପ୍ରୀତି ଜାଗ୍ରତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ