ମହିଳାମାନଙ୍କୁ ଗର୍ଭାଶୟ କର୍କଟରୁ ସୁରକ୍ଷା ନିମନ୍ତେ ଜିଲ୍ଲାସ୍ତରୀୟ HPV ଟୀକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କଟକ,(ଓ୍ବାଇଏନଏସ): ମହିଳାମାନଙ୍କୁ ମାରାତ୍ମକ ଗର୍ଭାଶୟ କର୍କଟରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ HPV (Human Papillomavirus) ଟୀକାକରଣ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଖ୍ୟାତନାମା ପର୍ବତାରୋହୀ ସମୀରା ଖାନ ଯୋଗ ଦେଇ ସଚେତନତା ବାର୍ତ୍ତା ଦେଇଛନ୍ତି । ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ, ପୁରୁଷକୈନ୍ଦ୍ରିକ ସମାଜରେ ନାରୀମାନଙ୍କୁ ମନୋବଳ ଦୃଢ କରିବା ସହ ଶାରିରୀକ ଭାବେ ସୁସ୍ଥ ରହିବା ଆବଶ୍ୟକ । ସେଥିନିମନ୍ତେ ଗୋଟିଏ ଡୋଜ୍ HPV ଟୀକା ନେଲେ ମହିଳାମାନଙ୍କୁ ବହୁପରିମାଣରେ ଗର୍ଭାଶୟ କର୍କଟରୁ ସୁରକ୍ଷା ଦିଆଯାଇପାରିବ । ଏହି ଅବସରରେ ଅତିରିକ୍ତ ନିର୍ଦ୍ଦେଶିକା ସିଟି ହସପିଟାଲ ଡଃ ରଞ୍ଜନା ଭଣ୍ଡାରି ଗର୍ଭାଶୟ କର୍କଟର ଲକ୍ଷଣ, ଏଚପିଭି ଟୀକା ଦ୍ଵାରା ନିରାକରଣ, ଟୀକାକାରଣର ପରବର୍ତ୍ତୀ ଲକ୍ଷଣ ଗୁଡିକ ବିଷୟରେ ଅବଗତ କରାଇବା ସହ ଉପସ୍ଥିତ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବାକୁ କହିଥିଲେ। କାର୍ଯ୍ୟକ୍ରମରେ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସଂଗୀତା ପାଢୀ କହିଛନ୍ତି ଯୋଗଦେଇ ମହିଳାମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଆମ ସମସ୍ତଙ୍କର ପ୍ରାଥମିକତା ବୋଲି କହିବା ସହ ଅଭିଭାବକମାନେ ନିଜ ଘରେ ଥିବା ମହିଳାମାନଙ୍କୁ ଟୀକା ଦେବାକୁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଏକ ସାଇକେଲ ରାଲିର ଆୟୋଜନ କରଯାଇଥିଲା । ଏଠାରେ ସୂଚନାଯୋଗ୍ୟ U-WIN ପୋର୍ଟାଲରେ ପଞ୍ଜୀକରଣ ମାଧ୍ୟମରେ ଟିକାକରଣ ସୁବିଧା ଉପଲବ୍ଧ ହେଉଛି, ଯାହା ଦ୍ୱାରା ୧୪ ବର୍ଷରୁ ଊର୍ଦ୍ଧ୍ଵ ସହଜରେ ମହିଳାମାନେ ଟିକା ନେଇପାରିବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବବିତା ଜେନାଙ୍କ ସମେତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ ।


