ଆସନ୍ତା ୨୭ରେ ଚେକ୍ ବାଉନ୍ସ ମାମଲା ଜନିତ ଜିଲ୍ଲାସ୍ତରୀୟ ଲୋକ ଅଦାଲତ
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପରିସରରେ ଆସନ୍ତା ୨୭.୦୭, ୨୦୨୫ ରିଖ ପୂର୍ବାହ୍ନ ୧୦ଘଟିକା ସମୟରେ କେବଳ ଚେକ୍ ବାଉନ୍ସ ମାମଲା (NI Act U/s-138) ଜନିତ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ଲୋକ ଅଦାଲତରେ କେବଳ ଚେକ୍ ବାଉନ୍ସ ମାମଲାର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଲୋକ ଅଦାଲତରେ ମକଦ୍ଦମା /ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତର ରାୟ ବୈଧ, ଚୂଡାନ୍ତ ଏବଂ ଅମଳଯୋଗ୍ୟ ଅଟେ । ଏ ସମ୍ବନ୍ଧରେ ଅଧିକ ତଥ୍ୟ ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, କଟକର ଟେଲିଫୋନ ନମ୍ବର ୦୬୭୧-୨୩୬୮୩୮୩ ରେ ଯୋଗାଯୋଗ କରିବାକୁ କୁହାଯାଇଛି ।