ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ

ଛତ୍ରପୁର( ଓ୍ବାଇଏନଏସ) ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ମହକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଗଞ୍ଜାମଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣୀ ରାଜଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ମହକ  ରେ ଛତ୍ରପୁର ଉପଜିଲ୍ଲାପାଳ ସୁବାଶିଷ ବରାଳ, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ଦାସ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଜୟ ଲକ୍ଷ୍ମୀ ବେହେରା, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ସି ହେଛ ଜ୍ୟୋତି କୁମାରୀ, ଏବଂ ସଦସ୍ୟ ଟି ସୁଶାନ୍ତ, ପୂର୍ବତନ ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଗଞ୍ଜାମ ଜିଲ୍ଲା ରେ ଥିବା ଧରାକୋଟ ବାଲୁଙ୍କେଶ୍ୱର ଶିଶୁ ଯତ୍ନ ଅନୁଷ୍ଠାନ,ବ୍ରହ୍ମପୁର ଉତ୍କଳ ବାଳାଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନ, ବାହିନୀପତି ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଂଜୀବନୀ ଶିଶୁ ଯତ୍ନ ଅନୁଷ୍ଠାନ ରୁ ୮୦ ରୁ ଉର୍ଦ୍ଧ ଶିଶୁ ଯୋଗ ଦେଇଥିଲେ l ପିଲା ମାନଙ୍କ ପାଠ୍ୟ କ୍ରମ ପରେ ମଧ୍ୟ ସେମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା କୁ ଚୟନ କରି ରାଜ୍ୟ ଓ ଦେଶ ରେ ଶ୍ରେଷ୍ଠତା ବଜାୟ ରଖି ଜିଲ୍ଲା ର ଶିଶୁ ଯତ୍ନ ଅନୁଷ୍ଠାନ ର ନାମ ରଖିବା ସହ ନିଜର ପରିଚୟ ସୃଷ୍ଟି ହୋଇ ପାରିବ ବୋଲି ବକ୍ତା ମାନେ ମତ ରଖିଥିଲେ l ଆଜିର ଏହି ମହକ ରେ ଶିଶୁ ମାନଙ୍କ ମଧ୍ୟରେ ଚିତ୍ର, ନାଚ, କୁଇଜ, ସଂଗୀତ,ବକୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା l ଏଥିର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି l ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ନିମନ୍ତେ ପ୍ରେରଣ କରାଯିବ l ଏହି କାର୍ଯ୍ୟକ୍ରମ କୁ ଡିସିପିୟୁ କାର୍ଯ୍ୟାଳୟ ର ଶରତ ମହାରଣା, ସୁଶାନ୍ତ କୁମାର ସାହୁ, ସୁଦାମ ପାଣିଗ୍ରାହୀ, ସୁଜିତ ସାହୁ, ଶିବ ପ୍ରସାଦ ରଥ,ସୁବ୍ରତ କୁମାର ମହାନ୍ତି, ବିନୟ କୁମାର ସାହୁ କାମେଶ୍ୱର ପରିଡା
ସମେତ ଅନେକ କର୍ମଚାରୀ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ