ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଲା ସ୍ତରୀୟ ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଲକ୍ଷ୍ମଣ ଭଵନ ପରିସ ରରେ ଏ ଆଇ ଟି ୟୁସି ସହ ବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ସଭାନେତ୍ରୀ ମମତାଜ ଖୁଣ୍ଟିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି, ଫେଶକେପଚରିଙ୍ଗ ନାମରେ ଅଙ୍ଗନବାଡି କର୍ମୀ ଙ୍କ ଦରମା ବନ୍ଦ କୁ ତୀବ୍ରନିନ୍ଦା କରାଯାଇଛି, ପ୍ରକାଶ ଥାଉକି ରାଜ୍ୟସରକାର ଙ୍କ ତରଫରୁ ୨୦୧୮ମସିହା ରେ ବଜାରରେ ଚାଲୁନଥିବା ଅଚଳ ଏଲ ଜି ( LG) ମୋବାଇଲ ପ୍ରଦାନ କରାଯାଇଥିଲା, କିନ୍ତୁ ସରକାର ଙ୍କ ତରଫରୁ ବିଭିନ୍ନ ସମୟରେ ପୋଷଣ ଟ୍ରାକର ଆପ୍ପ ଇ କେ ୱା ଇ ସି ଓ ଫେଶ କେପଚାରିଙ୍ଗ ଆପ ରେ କାମ କରିବାପାଇଁ ବାଧ୍ୟକରାଯାଉଛି, ବିଭିନ୍ନ କାରଣ ଯଥା ନେଟ ୱାର୍କ ସମସ୍ୟା ଏବଂ ହିତାଧିକାରୀ ଅନଭିଜ୍ଞତା ଯୋଗୁଁ ଏହି ସବୁ କାର୍ଯ୍ୟ ସମ୍ଭବ ନହେଲେ ଅଙ୍ଗନବାଡି କର୍ମୀ ଙ୍କ ଦରମା ବନ୍ଦ କରିଦିଆଯାଉଛି, ଯାହା ନିୟମ ବିରୋଧି ତୁରନ୍ତ ଫାଇବ ଜି (5G) ର ମୋବାଇଲ ପ୍ରଦାନ କରିବା, ବଜାର ଦର ଅନୁସାରେ ମୋବାଇଲ ରିଚାର୍ଜ ନିମନ୍ତେ ପ୍ରଦାନ କରିବା, ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତି ଅନୁଯାଇ ଭତା ବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ବିଭିନ୍ନ ବ୍ଲକ ଅଫିସ ଘେରାଉ ସହିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ହୋଇଛି, ଏହି ବୈଠକ ରେ ସଂଘ ର ରାଜ୍ୟ କାର୍ଯ୍ୟକାରି ସଭାପତି ତଥା ଏ ଆଇ ଟିୟୁସି ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଯୋଗ ଦେଇ ଅଙ୍ଗନବାଡି କର୍ମୀ ଙ୍କ ସମସ୍ୟା ସମାଧାନ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହେଇଛନ୍ତି, ତେଣୁ ଏହା ବିରୋଧ ରେ ବ୍ୟାପକ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଏ ଆଇ ଟି ୟୁସି ଜିଲ୍ଲା ନେତା ନୀଳକଣ୍ଠ ଦାଶ, ସଂଘ ର ଜିଲ୍ଲା ନେତ୍ରୀ ନର୍ମଦା ନାହାକ, ମାଣିକେଶ୍ବରୀ ପଟ୍ଟନାୟକ, ପ୍ରତିମା ଦାଶ, ବାସନ୍ତୀ ସାହୁ ଗାୟତ୍ରୀପଣ୍ଡା , ଲଷ୍ମୀପ୍ରିୟା ପ୍ରଧାନ, ଦମୟନ୍ତୀ ଦୋରା, ମିତା ମହାପାତ୍ର, ସକାମ୍ବରୀ ବାରିକି, ମିନାକ୍ଷୀଦେବି, ମିନତୀ ବରାଡ଼ ଙ୍କ ସମେତ ବହୁ ଅଙ୍ଗନ ବାଡ଼ି କର୍ମୀ ଯୋଗ ଦେଇ ଥିଲେ


