ଛତ୍ରପୁର ଠାରେ ଜିଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଛତ୍ରପୁର, (ଓ୍ବାଇଏନଏସ) :  ଆଜି ହେଉଛି ଜାତୀୟ ପ୍ରେସ ଦିବସ । ଏହି ଅବସରରେ ଛତ୍ରପୁର ସ୍ଥିତ ଜଡଗଡ ସମ୍ମିଳନୀ କକ୍ଷରେ ଛତ୍ରପୁର ପ୍ରେସ କ୍ଲବ ଓ ଜିଲପ୍ରଶାସନ ମିଳିତ ସହଯୋଗ ରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ଯୋଗଦେଇ ଗଣମାଧ୍ୟମ ଜନସାଧାରଣ ଏବଂ ପ୍ରଶାସନ ମଧ୍ୟରେ ସଂଯୋଗ କରୁଥିବା ଏକ ସେତୁ ବୋଲି କହିବା ସହ ଭ୍ରମାତ୍ମକ ଖବର ଠାରୁ ଦୁରେଇ ରହିବା ସହ ସତ୍ୟା ଓ ନିର୍ଭିକ ଖବର ପ୍ରସାରଣ ଉପରେ ମତପୋଷଣ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥିଭାବେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ( ରାଜସ୍ୱ) ଦେବଦତ୍ତ ପଣ୍ଡା ଯୋଗଦେଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ହେଉଛନ୍ତି ସାମ୍ବାଦିକ । ତେଣୁ ସେମାନେ ସମାଜରେ ବିଭିନ୍ନ ପ୍ରସଙ୍ଗରେ ସଚେତନତା ଓ ସଂସ୍କାର ଆଣିବାରେ ପ୍ରମୁଖ ଭୂମିକା ରହିଥାଏ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଭି.ରାଜେନ୍ଦ୍ର ରାଜୁ ଆଜିକା ଡିଜିଟାଲ ଦୁନିଆରେ ଏ ଆଇ କୁ ପ୍ରଭାବ ପକାଉଛି ତାହା କହିଥିଲେ | ସାମ୍ବାଦିକ ମାନେ କୌଣସି ଚାପ ର ବଂଶବର୍ତ୍ତୀ ନହୋଇ ସଠିକ ଖବର ପରିବେଷଣ କରିବାକୁ କହିଥିଲେ | ଛତ୍ରପୁର ପ୍ରେସ କ୍ଲବର ସଭାପତି ସରୋଜ ସାମଲ ନିଜ ବକ୍ତବ୍ୟରେ ସତ୍ୟ ଖବର ଉପରେ ଗୁରୁତ୍ୱ ଦେଇ ମିଥ୍ୟା ଖବର ଓ ଭ୍ରମାତ୍ମକ ଖବର ଠାରୁ ଦୁରେଇ ରହିବା ସହ ସରକାର ନିକଟରେ ସାମ୍ବାଦିକ ମାନଙ୍କୁ ପେନସନ ଯୋଜନା ସମେତ ସେମାନଙ୍କ ବାପା ଓ ମା ମାନଙ୍କୁ ସ୍ୱାସ୍ଥ୍ୟ ବୀମା ସାମିଲ କରିବାକୁ ଦାବୀ କରିଥିଲେ ।କାର୍ଯ୍ୟକ୍ରମକୁ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରିଣୀ ରଶ୍ମୀରାଣୀ ନିମାକ ସଂଯୋଜନା କରିଥିବା ବେଳେ ବ୍ରହ୍ମପୁର ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମା,ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର ତରାଇ, ବରିଷ୍ଠ ସାମ୍ବାଦିକ ଦୃର୍ଗାମାଧବ ପାଣିଗ୍ରାହୀ ପ୍ରମୁଖ ମଚାଂସିନ ରହି ଆଜିର ଦିବସ ଉପରେ ମତପୋଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ମହାନ୍ତି, ପ୍ରଶାନ୍ତ ମହାରଣା, ସମୀର ଆଚାର୍ଯ୍ୟ ଓ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଆଜିର ଦିବସ ଉପରେ ମତପୋଷଣ କରିଥିଲେ |
କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ବିଭିନ୍ନ ଅଚଂଳରୁ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଶେଷରେ ଛତ୍ରପୁର ପ୍ରେସ କ୍ଳବ ଉପସଭାପତି ପ୍ରଦୀପ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ