ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ-୨୦୨୬

ବାଲେଶ୍ୱର, ତା. ୧୩/୦୧/୨୦୨୬ : ବାଲେଶ୍ୱର ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ–୨୦୨୬ ବାଲିଆ ସ୍ଥିତ ଉଠା ଜଳସେଚନ ବିଭାଗ ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଉଠାଜଳସେଚନ ନିଗମର ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ତିରିଶ ଚନ୍ଦ୍ର ମୁଣ୍ଡା ସଭାପତି ଥିଲେ। ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପାଣି ପରିଚାଳନା ଓ କୃଷି ବିକାଶରେ ପାଣି ପଞ୍ଚାୟତର ଭୂମିକା ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବାଲେଶ୍ୱର ଶ୍ରୀ ସୁଧାକର ନାୟକ, ଶ୍ରୀ ଗିରିଶ କୁମାର ଦତ୍ତ ଓ ଶ୍ରୀ କାର୍ତ୍ତିକ କୁମାର ଗିରି ଯୋଗଦେଇଥିଲେ।
ଉତ୍ସବରେ ଚାଷୀମାନଙ୍କୁ ସହକାରୀ ଯନ୍ତ୍ରୀ ଇଂ. ବେଣୁଧର ଦାସଙ୍କ ଦ୍ୱାରା ଶପଥ ପାଠ କରାଯାଇଥିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ସ୍ଲୋଗାନ ପଠନ କରାଯାଇଥିଲା। ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ, କୃଷି, ଉଦ୍ୟାନ, ମତ୍ସ୍ୟ, କୃଷି ଶିଳ୍ପ ନିଗମ ଓ ପ୍ରାଣୀଧନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ଓ ସେବା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ। ମଞ୍ଚ ସଂଚାଳନ ଇଂ. ରାମ ନାରାୟଣ ମହାନ୍ତି କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଇଂ. ସୁରେଶ ଚନ୍ଦ୍ର ଦେବ, ନିର୍ବାହୀ ଯନ୍ତ୍ରୀ, ଉଠାଜଳସେଚନ, ଜଳେଶ୍ୱର। ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୦୦ ଜଣ ଚାଷୀ ଯୋଗଦେଇଥିଲେ। ଏଠାରୁ ଜଣେ ଚାଷୀଙ୍କୁ ଆସନ୍ତା ୨୦ ଜାନୁଆରୀରେ ହେବାକୁ ଥିବା ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ପାଇଁ ବଛାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ