ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବରେ କୋରୋ ପଞ୍ଚାୟତ ହାଇସ୍କୁଲ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ଶିକ୍ଷାବିଭାଗ ଦ୍ୱାରା ପ୍ରାୟୋଜିତ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବରେ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଂଶଗ୍ରହଣ କରିଛି। ବିଦ୍ୟାଳୟର ଅଠେଇଶ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ମଡେଲ ଏହି ଉତ୍ସବରେ ପ୍ରଦର୍ଶିତ ହୋଇଛି। ଆକାଂକ୍ଷୀ ଛାତ୍ର ପରିଷଦର ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ, ଜିଜ୍ଞାସା, କୌଶଳୀ ଓ କ୍ରୀଡାଙ୍ଗନାରେ ବିଭିନ୍ନ ସୃଜନାତ୍ମକ ପ୍ରକଳ୍ପ ଏଥିରେ ପ୍ରଦର୍ଶିତ କରିଥିଲେ। ଏଥିସହିତ ଆକାଂକ୍ଷୀ ମେଳା ଓଡିଶା ୨୦୩୬ର ଏକ ନୂଆ ଓଡିଶା ପ୍ରକଳ୍ପ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ। ସେହିପରି ବିଜନେସ ସମିଟ୍‌ରେ ପିଲାମାନେ ନୂଆ ବାଣିଜ୍ୟ କାରବାର ଉପରେ ପ୍ରକଳ୍ପ ପ୍ରଦର୍ଶିତ କରି ଦର୍ଶକ ମାନଙ୍କର ପ୍ରସଂଶା ସାଉଁଟିଛନ୍ତି। ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଜିଲ୍ଲାସ୍ତରୀୟ ସ୍ୱାଗତ ସଂଗୀତ ମଧ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବରିଷ୍ଠ ଶିକ୍ଷକ ହିମାଂଶୁଶେଖର ପରିଡା, ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ମୋନାଲିସା ବେହୁରା, ଚିତ୍ରସେନ ମାଝୀ, ପ୍ରିୟଙ୍କା ପ୍ରତିଶୃତି ନାୟକ, କଳ୍ପନାମଞ୍ଜରୀ ଦାସ ଓ ସୁରେଶ ଦାସଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ