ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା ପରୀକ୍ଷଣ ସମ୍ପର୍କିତ ତାଲିମ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥ ଦରବାର୍ ହଲରେ  ଗତ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ତା.୧୧.୧୧.୨୦୨୫ରେ ଆନନ୍ଦପୁର,ବାଂସପାଳ,ଚମ୍ପୁଆ,ଝୁମ୍ପୁରା,ଯୋଡା,ହରିଚନ୍ଦନପୁର,ତେଲକୋଇ ବ୍ଲକ ଏବଂ ତହସିଲର  ୯୫ ଜଣ ,ଦ୍ୱିତୀୟ  ତଥା ଶେଷ ଦିନ: ତା. ୧୨.୧୧.୨୦୨୫ରେ ଘଟଗାଁ, ଘଷିପୁରା,ହାଟଡିହି ,କେନ୍ଦୁଝର ସଦର ପାଟଣା ଓ ସାହରପଡା ବ୍ଲକ ଏବଂ ତହସିଲର ୯୫ ଜଣ , ଏହିପରି ସର୍ବମୋଟ ୧୯୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି ।ଏହି ତାଲିମ କର୍ଯ୍ୟରେ ଶସ୍ୟ କାଟ ପରୀକ୍ଷା ନିମନ୍ତେ ନିୟୋଜିତ ହେଇଥିବା ଜିଲ୍ଲାର ସମସ୍ତ ତହସିଲର  ସଂପୃକ୍ତ ୫୯ ଜଣ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ, ସମସ୍ତ ବ୍ଲକର ସଂପୃକ୍ତ ୧୦୨ ଜଣ କୃଷି ଓଭରସିୟର, ଭିଏଡବ୍ଲୁ ଏବଂ  ସମସ୍ତ ବ୍ଲକର ୨୯ ଜଣ ବରିଷ୍ଠ ପରିସଂଙ୍ଖ୍ୟାନ କ୍ଷେତ୍ର ନୀରୀକ୍ଷକ, ପରିସଂଙ୍ଖ୍ୟାନ କ୍ଷେତ୍ର ନୀରୀକ୍ଷକ ଓ ସର୍ଭେୟର ଯୋଗ ଦେଇଥିଲେ । ହରିଚନ୍ଦନପୁର ବଚଲକର ଦଇତାରି ଓ ଯୋଡ଼ା ବ୍ଲକର ଜୁରୁଡି଼ ପଞ୍ଚାୟତକୁ ଛାଡି ଜିଲ୍ଲାର ସମସ୍ତ  ବ୍ଲକର ୨୯୫ ପଞ୍ଚାୟତ ଏବଂ ସମସ୍ତ ମୁନିସପାଲିଟ ଏବଂ ଏନ.ଏ.ସି ରେ ଚଳିତ କୃଷି ବର୍ଷରେ ମୋବାଇଲ ଆପ ମାଧ୍ୟମରେ ଶସ୍ୟ କାଟ ହୋଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ।ଏହି କାର୍ଯ୍ୟକ୍ରମ ବିଗତ ୨୦୧୬-୧୭ କୃଷିବର୍ଷରୁ କାର୍ଯ୍ୟକାରି ହୋଇ ଆସୁଅଛି । ଏହି ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟବାନ ସୋରେନ,ଯୋଜନା ଓ ପରିସଙ୍ଖ୍ୟାନର ଉପନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା, ଡି.ଆର୍.ସି.ଏସ୍ ପର୍ଶୁରାମ ପାତ୍ର ଯୋଗ ଦେଇ ସମସ୍ତ ତାଲିମ ଗ୍ରହଣ କାରିଙ୍କୁ ଏହି ତାଲିମ ନେଇ ଫିଲ୍ଡ/କ୍ଷେତ୍ରରେ  ମୋବାଇଲ୍ ଆପରେ ସଠିକ୍ ଶସ୍ୟକାଟ କରି ଫର୍ମ-୮ ରେ ରିପୋର୍ଟ ପ୍ରଦାନ କରିବାକୁ ପରାମର୍ଶ ଦେବା ସହ ସରକାର ତଥା ଜିଲ୍ଲାର ଏହି ମହତ କାର୍ଯ୍ୟରେ ସହଯୋଗ କରିବାକୁ ଅବଗତ କରାଇଥିଲେ  । ଓଡିଶା ସରକାରଙ୍କ ଅର୍ଥନିତୀ ଓ ପରିସଂଙ୍ଖ୍ୟାନ ନିର୍ଦ୍ଦେଶାଳୟ, ଜିଲ୍ଲା ପ୍ରଶାସନ ଓ ମୂଖ୍ୟ କୃଷି ଅଧିଲାରୀଙ୍କ ସହଯୋଗ ଓ କେନ୍ଦୁଝରସ୍ଥ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଏହି ତାଲିକ କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ଭାବେ ମୂଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯାଳୟର ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନାର ସ୍କିମ୍ ଅଧିକାରୀ ତଥା ହରିଚନ୍ଦନପୁର ଗୋଷ୍ଠୀ କୃଷି ଅଧିକାରୀ ପ୍ରବୋଧ କୁମାର ବିଶ୍ୱାଳ, ପରିସଂଙ୍ଖ୍ୟାନ ଅଧିକାରି ଅନୁପମା ପାତ୍ର,ଫ୍ୟୁଚର ଜେନେରାଲି ୟୁନ୍ସୁରାନସ ଜିଲ୍ଲା ସଂଯୋଜକ ସୌଭାଗ୍ୟ  କୁମାର ଦାସ,ଆନନ୍ଦପୁର ବ୍ଲକର ପରିସଂଙ୍ଖ୍ୟାନ କ୍ଷେତ୍ର ସର୍ଭେୟର ମଳୟ ରଞ୍ଜନ ପରିଡା ତାଲିମଦାତା ଭାବେ ପରିଚାଳନା  କରିଥିଲେ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅନୁସନ୍ଧାନକାରୀ ବିନ୍ଦିଆ ମୁଣ୍ଡା, ବରିଷ୍ଠ ଅର୍ଥନିତୀ ଅନୁସନ୍ଧାନ କାରୀ ମାଧୁରୀପ୍ରିୟା ହନାଗା,ପୃଥିରାଜ ସୋରେନ୍, ପ୍ରଶାନ୍ତ ପ୍ରଧାନ , ଦୋଳମଣି ହଂସ ଏବଂ ସମସ୍ତ କର୍ମଚାରୀ ସଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ