ଚଳିତମାସ ୨୫ରେ ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ ):କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆସନ୍ତା ୨୫ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ପରିପରିପ୍ରକ୍ଷୀରେ ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଜିଲ୍ଲା ନିୟୋଜନ ଅଧିକାରୀ ଇନ୍ଦିରା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ବିଭିନ୍ନ କଲେଜ, ଆଇ.ଟି.ଆଇ ଓ ଡିପ୍ଲୋମା କଲେଜ କର୍ତ୍ତୃପକ୍ଷ ପ୍ରମୁଖ ଯୋଗଦେଇଥିଲେ। ନିଯୁକ୍ତି ମେଳାକୁ ଶୃଙ୍ଖଳିତ ଏବଂ ସଠିକଭାବେ ଆୟୋଜନ ନେଇ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସଡିଏ) ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ କେନ୍ଦ୍ରାପଡ଼ାଙ୍କ ଦ୍ୱାରା ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଆସନ୍ତା ଫେବୃଆରୀମାସ ୨୫ତାରିଖ ପୂର୍ବାହ୍ନ ୧୦ ଘଟିକାରୁ ୩ ଘଟିକା ମଧ୍ୟରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବ। ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ କେତେକ ନିଯୁକ୍ତିଦାତା ସଂସ୍ଥା ଯୋଗଦାନ କରିବା ନିମନ୍ତେ ସମ୍ମତି ପ୍ରକାଶ କରିଛନ୍ତି। ନିଯୁକ୍ତି ସଂସ୍ଥା ମାନଙ୍କ ଦ୍ୱାରା କିଛି ପ୍ରାର୍ଥୀଙ୍କୁ ସିଧାସଳଖ ନିଯୁକ୍ତି ଓ ଆଉ କିଛି ଜଣଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପରେ ନିଯୁକ୍ତି ପ୍ରଦାନର ବ୍ୟବସ୍ଥା ରହିଛି। ଏହି ନିଯୁକ୍ତି ମେଳାରେ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥୀନୀମାନେ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ପଞ୍ଚମ ଶ୍ରେଣୀରୁ +୩, ଏଏନଏମ, ଜିଏନଏମ , ଆଇ. ଟି. ଆଇ ଓ ଡିପ୍ଲୋମା ପାସ୍ କରିଥିବା ୧୮ ବର୍ଷରୁ ୩୫ବର୍ଷ ମଧ୍ୟରେ ସମସ୍ତେ ଯୋଗଦେଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ