ଜିଲ୍ଲା ସ୍ତରୀୟ ଶିଖରେଶ୍ୱର ରାତ୍ରୀ କାଳୀନ ଟେନିସ ବଲ କ୍ରିକେଟ, ଭଦ୍ରକ ଚମ୍ପିୟନ

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଶାସଙ୍ଗ ଠାରେ ଜିଲ୍ଲା ସ୍ତରୀୟ ଶିଖରେଶ୍ୱର ରାତ୍ରୀ କାଳୀନ ଟେନିସ ବଲ କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୮ଟି ପ୍ରମୁଖ ଦଳ ଭାଗନେଇଥିବା ବେଳେ ଭଦ୍ରକର ଡେଞ୍ଜର ଇଲେଭେନ୍ ପିପିଲିର ସିଉଳି ଷ୍ଟାର ଇଲିଭେନକୁ ପରାସ୍ତ କରି ଚମ୍ପିୟାନ ହୋଇଥଲା। ଏହାର ଉଦଘାଟନ ଉତ୍ସବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ନିତ୍ୟାନନ୍ଦ ପହି, ସରପଞ୍ଚ ମଧୁମିତା ସ୍ବାଇଁ, ଚତୁର୍ଭୁଜ ସ୍ବାଇଁ, କାହ୍ନୁ ଚରଣ ପାଢ଼ୀ, ସଞ୍ଜୟ କୁମାର ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଖେଳ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥଲା। ବସନ୍ତ ବେହେରା, ପ୍ରଦୀପ ସ୍ବାଇଁ, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ସତ୍ୟବ୍ରତ ଜେନା, ସତ୍ୟବ୍ରତ ବିଶ୍ଵାଳ, ମାନସ ବିଶ୍ଵାଳ, ବାରିଜ ସ୍ୱାଇଁ, କାଳିଆ ସ୍ଵାଇଁ, ଚୈତନ୍ୟ ପୁହାଣ, ରାଜେନ୍ଦ୍ର ବେହେରା ଙ୍କ ସମେତ ସମସ୍ତ କ୍ଲବ ସଦସ୍ୟ ମାନେ ଟୁର୍ଣାମେଣ୍ଟ ପରିଚାଳନା କରିଥିଲେ। ଚମ୍ପିୟାନ ଦଳକୁ ଚାଳିଶ ହଜାର ଟଙ୍କା ଓ ରନର୍ଷଅପ୍ ଦଳକୁ ତିରିଶ ହଜାର ଟଙ୍କା ର ପୁରସ୍କାର ରାଶି ପ୍ରଦାନ କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ