ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ

ଛତ୍ରପୁର, (ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲାପାଳ ଙ୍କ ସଦଭାବନା ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ ଗଞ୍ଜାମ ଜିଲ୍ଲାପାଳ  ଭି. କିର୍ତ୍ତୀ ୱାସନଙ୍କ ଅଧ୍ୟକ୍ଷତରେ ରେ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଡିଜିଟାଲ ଫସଲ ସର୍ଭେ, ସୁଗନ୍ଧ ଓ ଅଣ ସୁଗନ୍ଧ ଯୁକ୍ତ ସ୍ବଦେଶୀ ଧାନ ଚାଷ ପାଇଁ ପ୍ରୋତ୍ସାହନ ଏବଂ ଫସଲ ବିବିଧ କରଣ ଯୋଜନା ଇତ୍ୟାଦିର କାର୍ଯ୍ୟକାରିତା ଉପରେ ସବିଶେଷ ଆଲୋଚନା କରାଯାଇଥିଲା ଏବଂ ଏହି ସବୁ ଯୋଜନାର କିଭଳି ସଫଳ ରୂପାୟନ ହୋଇପାରିବ ତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ..ଚଳିତବର୍ଷ ସୁଗନ୍ଧ ଯୁକ୍ତ ଧାନ ଗଞ୍ଜାମ ଜିଲ୍ଲା ରେ ୧୦ ଗୋଟି ବ୍ଲକ ରେ ୨ହଜାର ହେକ୍ଟର ଜମିରେ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଅଛି. ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)  ଦେବଦତ୍ତ ପଣ୍ଡା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର କର, ଉପ ନିର୍ଦେଶକ (ଉଦ୍ୟାନ ) କନ୍ଧ ଜେନା, ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ, ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ  ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ