୨୦୨୭ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆସନ୍ତା ୨୦୨୭ରେ ପ୍ରଥମ ପର୍ଯ୍ୟାୟ ଜନଗଣନା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୨୦୧୧ମସିହା ପରେ ୧୫ ବର୍ଷ ବ୍ୟବଧାନରେ ଜନଗଣନା ହେଉଥିବାରୁ ସଠିକ ଏବଂ ଦାୟିତ୍ୱବାନ ହୋଇ ଜନଗଣନା କାର୍ଯ୍ୟ କରିବାକୁ ବୈଠକରେ ଅଧ୍ୟକ୍ଷତା କରୁଥିବା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ କହିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲ୍ଲା ଯୋଜନା ଓ ସମନ୍ୱୟ ଏକକର ଉପନିର୍ଦ୍ଦେଶକ ଆରତୀ ନାୟକ, କେନ୍ଦ୍ରାପଡ଼ା ପୈାରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ପଟ୍ଟାମୁଣ୍ଡାଇ ପୈାରନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ, କେନ୍ଦ୍ରାପଡା ତହସିଲଦାର କୁଇନି ଜେନାଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଡେପୁଟି କଲେକ୍ଟର ମାନେ ଉପସ୍ଥିତ ଥିଲେ।


