ଜିଲ୍ଲାସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ) ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ‘ମା ପାଇଁ ଗଛ ଟିଏ ‘ କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରି ପଲ୍ଲୀ ଶ୍ରୀ ହରିହରଶ୍ୱର ପଂଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଥିଲେ l ଆୟୋଜିତ ଏକ ସମାବେଶରେ ଡିଇଓ ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା, ମାନବ ତଥା ଜୀବ ଜଗତ ପ୍ରତି ବୃକ୍ଷର ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ l ପ୍ରତି ଚାରିଜଣ ବିଦ୍ୟାର୍ଥୀ ଗୋଟିଏ ଚାରାର ଯତ୍ନ ନେବାପାଇଁ ପରାମର୍ଶ ଦେଇ ପୁଣି ଏକ ମାସ ପରେ ବିଦ୍ୟାଳୟକୁ ଆସି ରୋପଣ ହୋଇଥିବା ଚାରା ଦେଖିବି ବୋଲି କହିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୋରେଶ ଚନ୍ଦ୍ର ଶତପଥୀଙ୍କ ପ୍ରଯୋଜନାରେ ପରିଚାଳିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ,ଏବିଇଓ ସଂଯୁକ୍ତା ରଥ, ଅନୁସୂଚିତ ଜାତି /ଜନଜାତି ସଂଯୋଜକ ସରୋଜ କୁମାର ପାଳ, ପେଡାଗୋଜି ସନ୍ତୋଷ କୁମାର ପଣ୍ଡା, ସିଆରସିସି ସୁଶାନ୍ତ କୁମାର ସେଠି, ଆଲୋକ କୁମାର ସେଠି ଓ କୈଳାଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l ବିଦ୍ୟାଳୟର ଶିକ୍ଷକ ବୃନ୍ଦ ତାରିଣୀ ପ୍ରସାଦ ଦାସ,ଦଣ୍ଡପାଣି ଶତପଥି, ଜି. ସୁଜାତା ରାଣୀ,ବିଜୟ କୁମାର ମହାପାତ୍ର, କାଳୁ ନାହାକ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ