ମହିଳା ଚାଲାଣ ପ୍ରତିରୋଧ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା

ବାଲେଶ୍ୱର(ସରୋଜ ପଣ୍ଡା):   ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ର ମିଳିତ ଆନୁକୂଲ୍ୟରେ ମହିଳା ଚାଲାଣ ପ୍ରତିରୋଧ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଗାନ୍ଧୀ ସ୍ମୃତି ଭବନ, ବାଲେଶ୍ୱର ଠାରେ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳା ମାନ୍ୟବର ଓଡ଼ିଶା ରାଜ୍ୟ ମହିଳା ଆୟୋଗ, ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମ୍ପାଦନ ହୋଇଥିଲା । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥିଭାବେ ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ରେମୁଣା ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇଥିଲେ । ତାଙ୍କ ସହିତ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଡ. ମଧୁସ୍ମିତା ସାମନ୍ତରାୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବେହେରା  (ରିସର୍ସ ପରସନ), ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ, ପୋଲିସ ଉପ ଅଧିକ୍ଷକ(ମାନବ ଚାଲାଣ ବିରୋଧୀ ୟୁନିଟ୍), ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ପରିଷଦ ସଦସ୍ୟ/ସଦସ୍ୟାଙ୍କ ସମେତ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ହୋଇ “ମହିଳା ଚାଲାଣ” ଶବ୍ଦଟି ଆମ ସମାଜର ମୂଲ୍ୟବୋଧ ଓ ମାନବିକତାକୁ କ୍ଷୁର୍ଣ୍ଣ କରିଥାଏ। ଏହା ବିଶେଷକରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଏବଂ ଦରିଦ୍ର ଶ୍ରେଣୀ, ଅଶିକ୍ଷିତ ଓ ବେକାରୀ ମହିଳାମାନେ ଏହାର ଅଧିକ ଶିକାର ହୋଇଥାନ୍ତି। ଏହାକୁ ରୋକିବା ପାଇଁ ସରକାର ଆଇନ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରିଛନ୍ତି, ମାତ୍ର ଏହା ଖାଲି ଆଇନ୍ ବ୍ୟବସ୍ଥା ଉପରେ ନିର୍ଭର କଲେ ହେବ ନାହିଁ ବରଂ ମହିଳା ମାନଙ୍କର ସୁରକ୍ଷା ଓ ସମ୍ମାନକୁ ସୁନିଶ୍ଚିତ କରାଇବାକୁ ହେଲେ, ଆମେ ସମସ୍ତେ ମିଶି ସଚେତନ ହେବା ସଂଗେ ସଂଗେ ପ୍ରଶାସନିକ ସେବା ମାଧ୍ୟମରେ ତୃଣମୂଳ ସ୍ତରରେ ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ, ତେବେ ନିଶ୍ଚିତ ଭାବେ ଏହି ଅପରାଧକୁ ରୋକାଯାଇପାରିବ ବୋଲି ଅତିଥିମାନେ ମନ୍ତବ୍ୟ ରଖିଥିଲେ। ଉକ୍ତ କର୍ମଶାଳାକୁ ବିଶେଷ ଉଦବୁଦ୍ଧ କରିବା ନିମନ୍ତେ ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ପର୍ଯ୍ୟବେକ୍ଷକ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସରପଞ୍ଚ, ୱାର୍ଡମେମ୍ୱର,ସମିତି ସଭ୍ୟ/ସଭ୍ୟା, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, କିଶୋରୀ ବାଳିକା ଓ ଅନ୍ୟ ମହିଳା ମାନଙ୍କ ସହିତ ଜିଲ୍ଲା ମହିଳା ସଶକ୍ତିକରଣ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ (ମମତା) ବାମଦେବ ପାଣିଗ୍ରାହୀ ମଞ୍ଚ ସଂଚାଳନ କରିଥିଲେ।ସର୍ବଶେଷରେ ମହିଳା କମିଶନ ସଦସ୍ୟ ଅରବିନ୍ଦ ପଟ୍ଟନାୟକ  ଉପସ୍ଥିତ ସମସ୍ତ ସମ୍ମାନିତ ବ୍ୟକ୍ତି ବିଶେଷ ଓ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରି କର୍ମଶାଳାକୁ ଉଦଯାପିତ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ